Advertisment

ମଣିପୁର ଲଜ୍ଜାକୁ ନେଇ ଥମୁନି ଝଡ଼: ଘଟଣାର ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ମହିଳା

ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ମଣିପୁର ପେଚୀ ଅଂଚଳରେ ସୀମା ଡେଇଁଛି ଲୋକଙ୍କ ପୁଂଜିଭୁତ ଅସନ୍ତୋଷ। ଚରମ ରାଗରେ ଥିବା ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି ମୁଖ୍ୟ ଅଭିଯୁକ୍ତର ଘର।

author-image
Chandan Shishu
 Manipur Incident

Manipur Incident

ମଣିପୁର ଲଜ୍ଜାକୁ ନେଇ ଥମୁନି ଝଡ। ଆଜି ଦ୍ବିତୀୟ ଦିନ ପାଇଁ ସଂସଦରେ ଜାରି ରହିଛି ଅଚଳାବସ୍ଥା। ଚାଲିପାରିନି ଉଭୟ ଗୃହ। ବିରୋଧୀ ଆଲୋଚନା ପାଇଁ ଦାବି କରୁଛନ୍ତି, ସରକାର ବି ରାଜି ଅଛନ୍ତି। ହେଲେ କେଉଁ ରୁଲ୍ ଆଧାରରେ ଆଲୋଚନା ହେବ, ତାକୁ ନେଇ ମତପାର୍ଥକ୍ୟ ଦେଖାଦେଇଛି। ସେପଟେ ଘଟଣାରେ ଏଯାଏଁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ଘର ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ମହିଳା।

Advertisment

ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ମଣିପୁର ପେଚୀ ଅଂଚଳରେ ସୀମା ଡେଇଁଛି ଲୋକଙ୍କ ପୁଂଜିଭୁତ ଅସନ୍ତୋଷ। ଚରମ ରାଗରେ ଥିବା ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି ମୁଖ୍ୟ ଅଭିଯୁକ୍ତର ଘର। ଦଳ ଦଳ ହୋଇ ଶତାଧିକ ପୁରୁଷ ଓ ମହିଳା ହାତରେ ଲାଠି-ବାଉଁଶ ଧରି ଘରେ 
ପଶିଛନ୍ତି। ପ୍ରଥମେ ଘର ଭାଙ୍ଗି ଚୁରମାର କରିଛନ୍ତି, ପରେ ନିଆଁ ଲଗାଇଦେଇଛନ୍ତି। ଜାଳିଦେଇଛନ୍ତି ଜହ୍ଲାଦ ହେରୋଦାସର ଘର।

ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ଆଜି ପୁଣି ଦୋହରାଇଛନ୍ତି, ମାମଲାରେ ଯେଉଁମାନେ ସମ୍ପୃକ୍ତ କାହାକୁ ଛଡାଯିବନି। କଠୋର ଦଣ୍ଡ ଦିଆଯିବ। ତେବେ ବିରୋଧୀଙ୍କ ପକ୍ଷରୁ ହେଉଥିବା ଇସ୍ତଫା ଦାବିକୁ ଖଣ୍ଡନ କରିବା ସହ 
ବର୍ତ୍ତମାନ ତାଙ୍କ ଇସ୍ତଫା ଦେବା ଗୁରୁତ୍ବ ନୁହେଁ ବରଂ ରାଜ୍ୟରେ ଶାନ୍ତି ଫେରାଇବା ତାଙ୍କ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବୀରେନ୍।

Advertisment

ଏପଟେ ମଣିପୁର ପ୍ରସଙ୍ଗରେ ଆଜି ବି ଚାଲିପାରିନି ସଂସଦ। ଉଭୟ ଗୃହରେ ପ୍ରବଳ ହୋହଲ୍ଲା କରିଛନ୍ତି ବିରୋଧୀ। ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ। ହାତରେ ପ୍ଲାକାର୍ଡ ଧରି ମଣିପୁର ପ୍ରସଙ୍ଗରେ ଆଲୋଚନା ଏବଂ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। 

ସରକାର ବିରୋଧୀଙ୍କ ଦାବି ମାନି ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ଜଣାଇବା ପରେ ବି ସ୍ୱାଭାବିକ ହୋଇପାରିନଥିଲା ଗୃହକାର୍ଯ୍ୟ। ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀଙ୍କ ଦାବି ହେଲା, ଗୃହର ସମସ୍ତ କାର୍ଯ୍ୟକୁ ଦିନକ ପାଇଁ ବାତିଲ କରାଯାଉ ଏବଂ ମଣିପୁର ପ୍ରସଙ୍ଗରେ ରୁଲ୍ ୨୬୭ରେ ଆଲୋଚନା କରାଯାଉ।

ତେବେ ସରକାର କହିଛନ୍ତି, ମଣିପୁର ପ୍ରସଙ୍ଗରେ ଗୃହରେ ରୁଲ୍ ୨୬୭ ନୁହେଁ, ୧୭୬ ଅନୁସାରେ ଆଲୋଚନା ହେଉ। ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବାରୁ ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆଲୋଚନା କରିବାକୁ ଚାହୁଁଛନ୍ତି ସରକାର। ଦିଲ୍ଲୀ, ଗୌହାଟୀ, ଇମ୍ପାଲ। ସବୁଠି ତେଜିଛି ପ୍ରତିବାଦର ସ୍ୱର। ମଣିପୁରରେ ଘଟିଥିବା ଲଜ୍ଜା ପାଇଁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି ଜୋର ଧରିଛି।

Manipur
Advertisment
Advertisment