• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଶ୍ଚର୍ଯ୍ୟ । ଆମେ ଆଜି ଆପଣଙ୍କୁ ଏମିତି କିଛି ଖବର ଦେବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ କଥାରେ ଅଛି ଆପଣ ମାଟି ଓଦା ଥିବା ବେଳେ ତାକୁ ଯେମିତି ଗଢ଼ିବେ ତାହା ସେହି ଆକାର ନେବ । ଠିକ୍‌ ଏହିଭଳି କିଛି ଉଦାହରଣକୁ ପ୍ରମାଣିତ କରିଛନ୍ତି ଜଣେ କୁନି ଝଅ । କେରଳର ଜଣେ ହିନ୍ଦୁ କୁନି ଝିଅ କୋରନ୍‌ ପଢ଼ିବା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି କୁନି ଝିଅର ନାଁ ହେଉଛି ପାର୍ବତୀ । ସେ ଯେଉଁଭଳି ପ୍ରାଞ୍ଜଳ ଭାବେ ଆରବିକ୍ ଉଚ୍ଚାରଣ କଲା ଏବଂ କୋରାନର ପ୍ରତ୍ୟେକ ଶବ୍ଦକୁ ନିଖୁଣତାର ସହ ପଢ଼ିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁନି ଝିଅ ପାର୍ବତୀର ଏଭଳି ଉଚ୍ଚାରଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଥୋଡ଼ାନୁର ଉପଜିଳ୍ଳା କୋଝିକୋଡ଼େରେ ପକ୍ଷରୁ ଆୟୋଜିତ ହୋଇଥିଲା କଳା ପ୍ରତିଯୋଗୀତା । ଏଠାରେ କୋରାନ ପାଠ ପ୍ରତିଯୋଗୀତା କରାଯାଇଥିଲା । ଯେଉଁଥିରେ ପାର୍ବତୀ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଥିଲେ ।

ପାର୍ବତୀ ଜଣେ ହିନ୍ଦୁ ପରିବାରର । ତାଙ୍କର ଆଉ ଜଣେ ଜାଆଁଳା ଭଉଣୀ ପାର୍ବଣ ମଧ୍ୟ ରହିଛନ୍ତି । ସେ ମଧ୍ୟ ଏହି ଭାଷ ଉଚ୍ଚାରଣରେ ପ୍ରବୀଣ । ପାର୍ବତୀ ଯେତେବଳେ ଏହି କୋରାନ ପାଠ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କଲେ, ସେତେବେଳେ ସେ ବିସ୍‌ମିଲାହିଦ୍‌ ରାହମାନିର୍ ରହିମ୍‌ ଉଚ୍ଚାରଣ କଲେ । ଯାହାକି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆଉ ସମସ୍ତଙ୍କ ରୁମ ଟାଙ୍କୁରି ଉଠିଥିଲା ।  

ପାର୍ବତୀଙ୍କ ପିତା ନାଲିସ୍ ବବି, କୋଝିକୋଡ଼େ ସ୍ଥିତ ଏକ ଆଇଟି କମ୍ପାନୀରେ କାମ କରନ୍ତି । ତାଙ୍କ ମାଆ ଦିନା ପ୍ରଭା ପିଲାଙ୍କୁ ଇଂରାଜୀ ପଢ଼ାନ୍ତି । ପାର୍ବତୀଙ୍କ ପିତା-ମାତାଙ୍କ ଚିନ୍ତାଧାରା ଅନୁଯାୟୀ, ନୂଆ ନୂଆ ଭାଷା ଶିକ୍ଷା କରିବା ଏକ ଉତ୍ତମ ଗୁଣ । ଏହାଦ୍ୱାରା ଅନେକ ଫାଇଦା ମିଳିଥାଏ । ବିଶେଷ କରି ମଣିଷର ଜ୍ଞାନ ବଢ଼ିଥାଏ ।