himachal
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ଲଗାଣ ବର୍ଷାରେ ହିମାଚଳ ପ୍ରଦେଶର ଅବସ୍ଥା ବେହାଲ। ବାଦଲଫଟା ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ସହିତ ସଂଘର୍ଷ କରୁଥିବା ହିମାଚଳ ପ୍ରଦେଶରେ ୬୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ୩୭ ଜଣ ନିଖୋଜ ଅଛନ୍ତି । ୧୧୦ଜଣ ଆହତ ହୋଇଛନ୍ତି ।
ହିମାଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୭୦୦ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୂଚନା ଦେଇଛନ୍ତି । ୧୪ଟି ଜାଗାରେ ବାଦଲଫଟା ବର୍ଷା ହୋଇଛି । ଫଳରେ ରୋଡ୍ ଓ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି । ଏହା ସହ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢ଼ନ୍ତୁ: ଏହା ଭାଗ୍ୟର ବିଡ଼ମ୍ୱନା ନୁହେଁ ତ ଆଉ କ’ଣ, ଯିଏ ଏତେ ବୁଝୁଥିଲେ ସିଏ…
ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରଙ୍କ କ୍ଷତିଗ୍ରସ୍ତ ଲୋକଙ୍କ ସହ ଅଛନ୍ତି । ମଣ୍ଡି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମଣ୍ଡିର ଥୁନାଗ ଓ ବାଗସୟେଦ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଧରମପୁର ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲା ପାଇଁ ଜାରି ହୋଇଛି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ।
ହିମାଚଳ ପ୍ରଦେଶକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। କେବଳ ହିମାଚଳ ପ୍ରଦେଶ ନୁହେଁ, ବର୍ଷା ଯୋଗୁ ପ୍ରଭାବିତ ହୋଇଥିବା ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ଗତ ଜୁନ ୨୦ ତାରିଖରେ ହିମାଚଳ ପ୍ରଦେଶରେ ପ୍ରବେଶ କରିଥିଲା ମୌସୁମୀ ବାୟୁ। ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ତାଣ୍ଡବ ରଚିଛି। କେବଳ ମଣ୍ଡି ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଙ୍ଗଡ଼ାରେ ୧୩, ଚମ୍ବାରେ ୬ ଓ ଶିମଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି।
ପୂରା ରାଜ୍ୟରେ ୫୦୦ରୁ ଅଧିକ ଟ୍ରାନ୍ସଫରମର ଅଚଳ ହୋଇଯାଇଛି। ଫଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍ ସେବା ବ୍ୟାହାତ ହୋଇଥିବା ଯୋଗୁ ହଜାର ହଜାର ଲୋକ ଅନ୍ଧାରରେ ରହୁଛନ୍ତି। ସେହିଭଳି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିବାରୁ ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/himachal__1751641501.jpg)