• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର୍ ସିଂହ କହିଲେ ବଡ଼ କଥା । ଫିକି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାଗ ନେଇ ସେ କହିଛନ୍ତି, ଭାରତର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ୍ ଲାଇଭ୍ ଇନପୁଟ୍ ଦେଉଥିଲା । ଯେତବେଳେ ଡିଜିଏମଓ ସ୍ତରରେ କଥାବାର୍ତ୍ତା ଚାଲିଥିଲା, ସେତେବେଳେ ଚୀନ୍ ଆମର ସେନା ମୁତୟନ ସଂପର୍କରେ ପାକିସ୍ତାନକୁ ସବୁ ସୂଚନା ଦେଉଥିଲା । ଏହି କ୍ଷେତ୍ରରେ ଆମକୁ ଆହୁରି କିଛି କାମ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ପାକିସ୍ତାନ ପଛରେ ଅନ୍ୟମାନେ ମଧ୍ୟ ଥିଲେ । ଅପରେସନ ସମୟରେ ପାକିସ୍ତାନ ଆଗରେ ଥିଲା । ଚୀନ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲା । ପାକିସ୍ତାନର ୮୧ ପ୍ରତିଶତ ମିଲିଟାରୀ ହାର୍ଡୱେର ଥିଲା ଚୀନର । ଚୀନ୍ ମଧ୍ୟ ଅନ୍ୟ ଅସ୍ତ୍ର ବିରୋଧରେ ନିଜର ଅସ୍ତ୍ର ପରୀକ୍ଷଣ କରୁଥିଲା । ଏହା ପାକିସ୍ତାନ ପାଇଁ ଏକ ଲାଇଭ୍ ଲାବ୍ ଭଳି କାମ କରୁଥିଲା । ତୁର୍କୀ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାକୁ ଆଗେଇ ଆସିଥିଲା । ଏପରିକି ମାନବବିହୀନ ବିମାନ ଯୋଗାଇ ଦେଇଥିଲା ତୁର୍କୀ । ପାକିସ୍ତାନକୁ ଡ୍ରୋନ ମଧ୍ୟ ଦେଇଥିଲା ତୁର୍କୀ । ଏପରିକି ଷ୍ଟାଫ୍ ମଧ୍ୟ ଯୋଗାଇ ଦେଇଥିଲା । 

ଯଦି ଭବିଷ୍ୟତରେ କେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଏଭଳି ପରିସ୍ଥିତି ଉପୁଜେ, ପାକିସ୍ତାନ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରିପାରେ । ତେଣୁ ଆମକୁ ଆଗକୁ ଏହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ସ୍ଥଳ ସେନା ଉପମୁଖ୍ୟ ପୁଣି କହିଛନ୍ତି ଯେ, ଆମର ମିଲିଟାରୀ ପ୍ଲାନିଂ ଟେକ୍ନୋଲୋଜି ଓ ଗୁଇନ୍ଦା ଇନପୁଟ୍ ଆଧାରରେ କରାଯାଇଥିଲା । ଅପରେସନ ସିନ୍ଦୂରରୁ ଆମକୁ ବହୁତ କିଛି ଶିଖିବାକୁ ପଡିଛି । ଲିଡରଶିପ୍ ମଧ୍ୟରେ ଷ୍ଟ୍ରାଟେଜିକ ମେସେଜିଂ ପୂରା କ୍ଲିଅର୍ ଥିଲା । ଟେକ୍ନୋଲୋଜି ଓ ମାନବ ଗୁଇନ୍ଦା ଆଧାରରେ ପ୍ଲାନିଂ ଓ ସିଲେକ୍ସନ କରାଯାଇ ଟାର୍ଗେଟ ଫିକ୍ସ କରାଯାଇଥିଲା । ୨୧ଟି ଟାର୍ଗେଟ ମଧ୍ୟରୁ ୯ଟି ଟାର୍ଗେଟକୁ ହିଟ୍ କରିବାକୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ହୋଇଥିଲା ।

ସେ କହିଛନ୍ତି, ଯୁଦ୍ଧ ଆରମ୍ଭ କରିବା ସହଜ । କିନ୍ତୁ ତାକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର । ଆମେ ଆମର ଲକ୍ଷ୍ୟ ହାସଲ କରିବା ପରେ ଠିକ୍ ସମୟରେ ଯୁଦ୍ଧ ବନ୍ଦ କରିବା ଏକ ମାଷ୍ଟରଷ୍ଟ୍ରୋକ ଥିଲା ବୋଲି ସେ କହିଛନ୍ତି ।

ଭାରତର ୩ଟିଯାକ ସେନା (ସ୍ଥଳସେନା, ନୌସେନା ଓ ବାୟୁସେନା) ଏକ ବୋଲି ସ୍ପଷ୍ଟ ଭାବେ ପାକିସ୍ତାନକୁ ମେସେଜ୍ ଦିଆଯାଇଥିଲା । ପଞ୍ଚ ବା ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ଥିଲା ଭାରତ । ଏ କଥା ବୁଝିଯାଇଥିଲା ପାକିସ୍ତାନ । ଆଗକୁ ବଢ଼ିଲେ ପରିସ୍ଥିତି ଭୟାନକ ହେବ ବୋଲି ପାକିସ୍ତାନ ଆକଳନ କରିନେଇଥିଲା । ତେଣୁ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ ।

ପହଲଗାମରେ ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରାଯିବା ପରେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ ଏହି କାଣ୍ଡ କରିଥିବାର ସ୍ୱୀକାର କରିଥିଲା ।

ଅଧିକ ପଢ଼ନ୍ତୁ: ଭାରତୀୟଙ୍କୁ ଅପହରଣ କରିନେଲେ ଅଲ କାଏଦା ଆତଙ୍କୀ; ଉଦ୍ଧାର କାର୍ଯ୍ୟ ଜାରି