• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଅପେକ୍ଷାର ଅନ୍ତ ହୋଇଛି । ଘୋଷଣା ହୋଇଛି ୨୦୨୪ ସାଧାରଣ ନିର୍ବାଚନ ତାରିଖ । ଭୋଟ୍‌ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୋଟ ୭ଟି ପର୍ଯ୍ୟାୟରେ ସାରା ଦେଶରେ ହେବ ଭୋଟ ଗ୍ରହଣ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ- ଏପ୍ରିଲ ୨୬, ୩ୟ ପର୍ଯ୍ୟାୟ- ମେ’ ୭, ଚତୁର୍ଥ ପର୍ଯ୍ୟାୟ- ମେ’ ୧୩, ୫ମ ପର୍ଯ୍ୟାୟ- ମେ’ ୨୦, ଷଷ୍ଠ ପର୍ଯ୍ୟାୟ- ମେ’ ୨୫, ସପ୍ତମ ପର୍ଯ୍ୟାୟ- ଜୁନ୍‌ ୧ରେ ହେବ । ଜୁନ୍‌ ୪ ମଙ୍ଗଳବାର ଦିନ ସାରା ଦେଶରେ ଲୋକସଭା ଓ ବିଧାନସଭା ଭୋଟ ଗଣତି ହେବ।

୮୦ଟି ଲୋକସଭା ଆସନ ପାଇଁ ଲୋକମାନେ ଏହି ୭ ପର୍ଯ୍ୟାୟରେ ମତଦାନ ହେବ । ସେହିପରି ବିହାରରେ ମୋଟ ଲୋକସଭା ଆସନ ସଂଖ୍ୟା ୪୦ । ଏଠାରେ ମଧ୍ୟ ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ । ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ପାଇଁ ମଧ୍ୟ ୭ଟି ପର୍ଯ୍ୟାୟରେ ଭୋଟ ହେବ । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକିମ୍‌ରେ ବିଧାନସଭା ନିର୍ବାଚନ ହେବ । ତେବେ ଭୋଟ ଦେବା ପାଇଁ ଆପଣଙ୍କର ଭୋଟର ଆଇଡ଼ି କାର୍ଡ଼କୁ ଅପେଡେଟ୍‌ କରିଛନ୍ତି ତ ? ଯଦି କରିଛନ୍ତି, ଅପଡେଟ୍‌ ହୋଇଛି କି ନାହିଁ କେମିତି ଜାଣିବେ ? ତେବେ ଆସନ୍ତୁ ଜାଣିବା...

ଅଧିକ ପଢନ୍ତୁ: ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଆଜିଠୁ ନାମାଙ୍କନ

ଭୋଟର ID କାର୍ଡ଼ ଅପଡେଟ୍‌ ହୋଇଛି କି ନାହିଁ କେମିତି ଜାଣିବେ ? 

୧. ଏଥିପାଇଁ ପ୍ରଥମେ ଆପଣ https://www.nvsp.in/ or  https://voters.eci.gov.in/ ସାଇଟକୁ ଯାଆନ୍ତୁ ।

୨. ଏହା ପରେ ଆପଣମାନେ ନାମ ଯାଞ୍ଚ କରିବାକୁ ଦୁଇଟି ଅପ୍ସନ୍ ଦେଖିବେ ।

୩. ପ୍ରଥମ ବିକଳ୍ପରେ ନାମ, DOB ଏବଂ ଅନ୍ୟାନ୍ୟ ବିବରଣୀ ପ୍ରବେଶ କରନ୍ତୁ । ଆପଣମାନେ ତାଲିକା ଦେଖିବେ ।

୪. ଦ୍ୱିତୀୟରେ, ଆପଣମାନେ EPIC ନମ୍ବର ପ୍ରବେଶ କରି ସବିଶେଷ ତଥ୍ୟ ପାଇପାରିବେ ।

୫. EPIC ନମ୍ବରକୁ ପ୍ରକୃତରେ ଭୋଟର ପରିଚୟ ନମ୍ବର କୁହାଯାଏ, ଯାହା ମାଧ୍ୟମରେ ଆପଣମାନେ ଭୋଟିଂ ତାଲିକାରେ ନାମ ଯାଞ୍ଚ କରିପାରିବେ ।

୬. ଏହା ପରେ ଭୋଟର ତାଲିକା ଖୋଲିବ, ଯେଉଁଠାରେ ଆପଣ ଆପଣଙ୍କର ବିବରଣୀ ଦେଖି ପାରିବେ ।

୭. ଯଦି ଆପଣ ଏଠାରେ ଆପଣଙ୍କର ନାମ ଦେଖନ୍ତି ନାହିଁ, ତେବେ ନିର୍ବାଚନ ଆୟୋଗର ଟୋଲ୍ ଫ୍ରି ନମ୍ବର 1800111950କୁ ହିଁ କଲ କରନ୍ତୁ ।

୮. ଯଦି ଆପଣଙ୍କ ଭୋଟର ID କାର୍ଡରେ ଅନ୍ୟ କୌଣସି ସୂଚନା ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଭୋଟର ID ଟ୍ୟାବ୍‌ରେ ସଂଶୋଧନ ଉପରେ କ୍ଲିକ୍ କରି ଆବେଦନ କରିପାରିବେ ।