/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711802069.jpg)
Kalpana meets Sunita Kerjiwal
ଜାତୀୟ ରାଜନୀତିରେ ହଲ୍ଚଲ୍ । ସୁନିତାଙ୍କୁ ଭେଟିଲେ କଳ୍ପନା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଆଜି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଭେଟିଛନ୍ତି । ଏହି ଅବସରରେ ସୁନୀତା କେଜ୍ରିୱାଲ ଓ କଳ୍ପନା ସୋରେନ ଉଭୟ ପରସ୍ପରକୁ ସ୍ୱାଗତ କରିଥିଲେ ।
ଲୋକସଭା ନିର୍ବାଚନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୁନୀତା କେଜ୍ରିୱାଲ ଓ କଳ୍ପନା ସୋରେନଙ୍କ ସାକ୍ଷାତ ପରେ ରାଜନୌତିକ ମହଲରେ ଅନେକ କଳ୍ପନାଜଳ୍ପନା କରାଯାଉଛି । ଲୋକସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆମ୍ ଆଦମୀ ପାର୍ଟି ଉଭୟ ‘ଇଣ୍ଡି’ ମେଣ୍ଟରେ ମଧ୍ୟ ରହିଛନ୍ତି ।
#WATCH | Kalpana Soren, the wife of Jharkhand Mukti Morcha (JMM) leader and former CM Hemant Soren meets Sunita Kejriwal, wife of Delhi CM Arvind Kejriwal. pic.twitter.com/SVLAkLCpbW
— ANI (@ANI) March 30, 2024
ସୂଚନାଯୋଗ୍ୟ ଯେ ମଦ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ AAPର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି । ଏହାପୂର୍ବରୁ ୩୧ ଜାନୁୟାରୀରେ, ଜମି ଦୁର୍ନୀତି ମାମଲାରେ ED ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୮ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା ।
ଇଡି ଦ୍ୱାରା ଗିରଫ ହେବା ପରେ ଝାଡଖଣ୍ଡ ଓ ଦିଲ୍ଲୀ ରାଜନୀତିରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ କଳ୍ପନା ସୋରେନ ତାଙ୍କ ସ୍ଥାନ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ଜେଏମଏମ ବିଧାୟକ ଦଳ ବୈଠକ ପରେ ପରେ ଚମ୍ପାଇ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)