Jyoti Malhotra
ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ନିଇତି ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଆଉ ଏସବୁ ଭିତରେ ଏକ ବଡ଼ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। ଏପ୍ରିଲ ୨୨ରେ ଦକ୍ଷିଣ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ଦିନ ପାକିସ୍ତାନ ସହ ଯୋଗାଯୋଗରେ ଥିଲେ ଜ୍ୟୋତି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ସହ ସେଦିନ ଯୋଗାଯୋଗ କରିଥିଲେ ଜ୍ୟୋତି।
ତେବେ କେଉଁ ଉଦ୍ଦେଶ୍ୟରେ ଜ୍ୟୋତି ISI ସହ ସେଦିନ ଯୋଗାଯୋଗରେ ଥିଲେ ଏବଂ କଣ ସବୁ ସେଦିନ କଥାବାର୍ତ୍ତା ହୋଇଥିଲେ ଏବେ ସେସବୁ ଉପରୁ ପରଦା ଉଠାଇବା ପାଇଁ ଜ୍ୟୋତିଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ତଥ୍ୟ ଉଗାଳୁଛି ହରିୟାଣା ପୋଲିସ। ହିସାର୍ ଏସପି କହିଛନ୍ତି- ଜ୍ୟୋତି ପ୍ରାୟୋଜିତ ଟ୍ରିପ୍ ରେ ନିୟମିତ ପାକିସ୍ତାନ ଯାଉଥିଲେ, ଥରେ ଚୀନ୍ ବି ଯାଇଛନ୍ତି। ପହଲଗାମ୍ ଆକ୍ରମଣ ପୂର୍ବରୁ ମଧ୍ୟ ସେ ପାକିସ୍ତାନରେ ଥିଲେ। ବ୍ୟାଙ୍କ ଟ୍ରାଞ୍ଜାକ୍ସନ ନେଇ ଡିଟେଲ୍ସର ଯାଞ୍ଚ ଚାଲିଛି। କେଉଁସବୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଅଧିକାରୀଙ୍କ ସହ ସେ ଯୋଗାଯୋଗରେ ଥିଲେ, ତାର ବି ଖୋଳତାଡ଼ କରାଯାଉଛି। ଜ୍ୟୋତିକୁ ପାକିସ୍ତାନୀ ଏଜେନ୍ସୀ ଏକ ଆସେଟ୍ ଭଳି ବ୍ୟବହାର କରୁଥିବାର ପ୍ରମାଣ ମିଳିଛି।
ଅଧିକ ପଢନ୍ତୁ: ପହଲଗାମରୁ ପାକିସ୍ତାନ ଯାଏଁ ଫଟୋ ଓ ଭିଡ଼ିଓକୁ ନେଇ ତନାଘନା, ଅକଳରେ ୟୁଟ୍ୟୁବର ପ୍ରିୟଙ୍କା
ଅନ୍ୟପଟେ ପୁରୀ ଝିଅ ତଥା ଓଡିଆ କଣ୍ଟେଣ୍ଟ କ୍ରିଏଟର ପ୍ରିୟଙ୍କା ସେନାପତି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ କିଛି ଗୁପ୍ତ ତଥ୍ୟ ଦେଇଛନ୍ତି କି ନାହିଁ ତାର ଖୋଳତାଡ ଚାଲିଛି। ଜ୍ୟୋତିଙ୍କ ସହିତ ତାଙ୍କର ପୁଳା ପୁଳା ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ରହସ୍ୟ ଭେଦିବାକୁ ବି ଚାଲିଛି ଘଣ୍ଟାଚକଟା। ପ୍ରିୟଙ୍କାଙ୍କ ସବୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରେ ଏବେ ଚାଲିଛି ଘନ ଘନ ଜେରା। ପୁରୀ ଛାଡ଼ି ନଯିବାକୁ ବି ଏସପି ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747626930.jpg)