• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜେପି ନେତ୍ରୀ ତଥା ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ସୋନାଲି ଫୋଗଟ୍‌ଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ଗୋଆ ପୋଲିସ୍ । ସୋନାଲିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଅଟୋପସିକୁ ଏବେ ଅପେକ୍ଷା ରହିଛି । ଏହାପରେ ହିଁ ତାଙ୍କ ମୃତ୍ୟୁର ଅସଲ କାରଣ କଣ ଜଣାପଡ଼ିବ ବୋଲି କୁହାଯାଉଛି ।

ସୋନାଲିଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାରଲୋକେ । ଅଭିଯୋଗ ଅନୁସାରେ ଗତ ୨୩ ତାରିଖ ଦିନ ସେ ହୋଟେଲ୍‌ରେ ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

ସୋନାଲି ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଟିକଟକ୍ ଓ ସୋସିଆଲ୍ ମିଡିଆରେ ତାଙ୍କ ଭିଡିଓ ବେଶ୍ ଚର୍ଚ୍ଚାରେ ରୁହେ । ସୋସିଆଲ୍ ମିଡିଆରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ ସୋନାଲି । ୨୦୨୦ରେ ବିଗ୍ ବସ୍‌ରେ ପ୍ରତିଯୋଗି ମଧ୍ୟ ରହିଆସିଛନ୍ତି ସୋନାଲି । ଏହାସହ ଏକାଧିକ ଟିଭି ସିରିଏଲ୍‌ରେ ବି ତାଙ୍କ ଅଭିନୟକୁ ଦେଖିଛନ୍ତି ଦର୍ଶକ ।

ସୋନାଲିଙ୍କ ୧୫ ବର୍ଷର ଝିଅ ମଧ୍ୟ ତାଙ୍କ ମାଆଙ୍କ ମୃତ୍ୟୁର ନ୍ୟାୟ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ମୋ ମାଆଙ୍କ ସହ ହୋଇଥିବା ଅନ୍ୟାୟର ଠିକ୍‌ ଭାବେ ତଦନ୍ତ କରାଯାଉ ଏବଂ ତାଙ୍କୁ ନ୍ୟାୟ ମିଳୁ ।

ସୋନାଲିଙ୍କ ପୁତୁରା ମୋନିନ୍ଦର ଫୋଗାଟ କହିଛନ୍ତି, ଆମେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ପାଇଁ ସମ୍ମତି ଜଣାଇଛୁ।  କାରଣ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୃତଦେହର ଅବସ୍ଥା ଅଧିକ ‌ଖରାପ ହୋଇଯିବ। ଏ ସମ୍ପର୍କରେ ଡାକ୍ତର ଓ ଆମ ଓକିଲ କହିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଆମେ ସମ୍ମତି ଜଣାଇଛୁ। ଏକ ସ୍ୱତନ୍ତ୍ର ମେଡିକାଲ ଟିମ ତାଙ୍କ ଶବ ବ୍ୟବଚ୍ଛେଦ କରିବ ବୋଲି ଆମକୁ ଆଶ୍ୱାସନା ଦିଆଯାଇଛି।