Advertisment

ମୃତ୍ୟୁ ପୂର୍ବରୁ ଶେଷ କଲ୍‌ରେ ଭଉଣୀଙ୍କ ସହ କ’ଣ କଥା ହୋଇଥିଲେ ସୋନାଲି ଫୋଗଟ ?

ସୋମବାର ରାତିରେ ଗୋଆରେ ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟ୍‌(୪୨)ଙ୍କ ମୃତ୍ୟୁ ହୋଇଥିଲା। ହାର୍ଟ ଆଟାକ୍‌ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Rajalaxmi Sahoo
 BJP's Sonali Phogat's Sister On Last Call

BJP's Sonali Phogat's Sister On Last Call

ଟିକ୍‌ଟକ୍‌ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ୍‌ଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ହାର୍ଟ ଆଟାକ୍‌ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ସେ ଫିଟ୍‌ ଥିଲେ ବୋଲି ସୋନାଲିଙ୍କ ଭଉଣୀ କହିଛନ୍ତି। ସୋନାଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ସେନେଇ CBI ତଦନ୍ତ କରାଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି। 

Advertisment

ସୋମବାର ରାତିରେ ଗୋଆରେ ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟ୍‌(୪୨)ଙ୍କ ମୃତ୍ୟୁ ହୋଇଥିଲା। ହାର୍ଟ ଆଟାକ୍‌ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ‘ଅପ୍ରାକୃତିକ ମୃତ୍ୟୁ’ ନେଇ ପୋଲିସ୍‌ ମାମଲା ରୁଜୁ କରିଛି। ହେଲେ ପରିବାର ଲୋକ ଓ ତାଙ୍କ ଭଉଣୀ ରମଣ, ସୋନାଲିଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ ଯୋଗୁ ହୋଇଥିବା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ସୋନାଲିଙ୍କ ଭଉଣୀଙ୍କ ରମଣ କହିଛନ୍ତି ଯେ, ‘ସେ(ସୋନାଲି) ଫୋନ୍‌ରେ କିଛି କହିବାକୁ ଚାହୁଁଥିଲେ। ମୋ ଭଉଣୀର ମୃତ୍ୟୁ ହାର୍ଟ ଆଟାକ୍‌ ଯୋଗୁ କେବେ ହୋଇନପାରେ। କାରଣ ସେ ଫିଟ୍‌ ଥିଲେ। ଏପରିକି ତାଙ୍କର କୌଣସି ମେଡିକାଲ୍ ଜନିତ ସମସ୍ୟା ମଧ୍ୟ ନଥିଲା। ମୃତ୍ୟୁ ପୂର୍ବରୁ ସେଇଦିନ ସନ୍ଧ୍ୟାରେ ସୋନାଲି ମୋତେ କଲ୍‌ କରିଥିଲେ। ହ୍ୱାଟ୍ସଆପ୍‌ରେ କଥା ହେବାକୁ ସେ ଚାହୁଁଥିଲେ ଓ କିଛି ଗଡ଼ବଡ଼ ଚାଲିଥିବା କଥା ମଧ୍ୟ କହିଥିଲେ। ପରେ ସେ କଲ୍‌ କାଟି ଦେଇଥିଲେ ଓ ଆଉ କଲ୍‌ ଆଉ ଉଠାଇ ନଥିଲେ।’ 

Advertisment

ସୂଚନାଥାଉ କି, ଗ୍ରୁପ୍‌ ସହ ଗୋଆ ଗସ୍ତରେ ଥିବା ସୋନାଲି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟ ଆଟାକ୍‌ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସୋନାଲିଙ୍କ ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର ରଚା ଯାଇଥିବା ପରିବାର ଲୋକ ଗନ୍ଧ ବାରିଛନ୍ତି। 

୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ପକ୍ଷରୁ ଆଦମପୁର ବିଧାନସଭା ଟିକେଟ୍‌ ପାଇଁ ସୋନାଲି ନିର୍ବାଚନ ଲଢ଼ିଥିଲେ । ସେ ତତ୍କାଳୀନ କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇଙ୍କୁ ପରାସ୍ତ ମଧ୍ୟ କରିଥିଲେ। ଗତ ସପ୍ତାହରେ ବିଷ୍ଣୋଇ ସୋନାଲି ଫୋଗାଟଙ୍କୁ ଭେଟିଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ଫଟୋ ବଦଳାଇ ଦେଇଥିଲେ। ସୋନାଲି ରାଜନୀତିରେ ପାଦ ଦେବା ପୂର୍ବରୁ ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର ଥିଲେ । କେବଳ ସେତିକି ନୁହେଁ ପପୁଲାର୍‌ ଟିଭି ଶୋ’ ବିଗବସ୍‌ ସିଜନ ୧୪ ରେ ମଧ୍ୟ ସେ ନଜର ଆସିଥିଲେ । 

Sonali Phogat Sonali Phogat Death Tik Tok Star Sonali Phogat
Advertisment
Advertisment