• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଖି ବୁଜିଲେ ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ । ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ଯାଇଥିଲେ ।

 
 
 
 
 
 
 
 
 
 
 
 
 
 
 

A post shared by Sonaliiphogat (@sonali_phogat_official)

୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ପକ୍ଷରୁ ଆଦମପୁର ବିଧାନସଭା ଟିକେଟ୍‌ ପାଇଁ ସୋନାଲି ନିର୍ବାଚନ ଲଢ଼ିଥିଲେ । ସେ ତତ୍କାଳୀନ କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇଙ୍କୁ ପରାସ୍ତ ମଧ୍ୟ କରିଥିଲେ। ଗତ ସପ୍ତାହରେ ବିଷ୍ଣୋଇ ସୋନାଲି ଫୋଗାଟଙ୍କୁ ଭେଟିଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ଫଟୋ ବଦଳାଇ ଦେଇଥିଲେ।

ସୋନାଲି ରାଜନୀତିରେ ପାଦ ଦେବା ପୂର୍ବରୁ ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର ଥିଲେ । କେବଳ ସେତିକି ନୁହେଁ ପପୁଲାର୍‌ ଟିଭି ଶୋ’ ବିଗବସ୍‌ ସିଜନ ୧୪ ରେ ମଧ୍ୟ ସେ ନଜର ଆସିଥିଲେ । ସୋନାଲି ଫୋଗାଟ୍ ତାଙ୍କ ଡ୍ୟାନ୍ସ ଭିଡିଓ ପାଇଁ ଅନେକ ସମୟରେ ଲାଇମ୍ ଲାଇଟ୍‌ରେ ରହୁଥିଲେ । ସୋସିଆଲ ମିଡିଆରେ ତାଙ୍କର ଭଲ ପ୍ରଶଂସକ ରହିଛନ୍ତି । ସୋନାଲି ତାଙ୍କ ସୋସିଆଲ ମିଡିଆରେ ଅନେକ ଭିଡିଓ ପୋଷ୍ଟ ମଧ୍ୟ କରିଛନ୍ତି।

ବାସ୍ତବରେ ସେ ବିଗବସ୍‌ ସିଜିନ ୧୪ କୁ ଆସିବା ପରେ ହିଁ ସେ ଲୋକଲୋଚନକୁ ଆସିଥିଲେ । ଏଥିପାଇଁ ପପୁଲାରିଟି ମଧ୍ୟ ବଢ଼ିଥିଲା । ଶୋ’ରେ ରୁବିନା ଓ ନିକ୍କି ତମ୍ବୋଲିଙ୍କ ସହ ତୁତୁ ମେଁମେଁ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା । କେବଳ ଏତିକି ନୁହେଁ, ଅଲି ଗୋନିଙ୍କ ସହ ତାଙ୍କର ବନ୍ଧୁତା ମଧ୍ୟ ଚର୍ଚ୍ଚାରେ ରହିଥିଲା।