• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାରାଣସୀ ଜ୍ଞାନବାପୀ ମସଜିଦରେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ସର୍ଭେ ଆରମ୍ଭ । ASIର ଏକ ସ୍ୱତନ୍ତ୍ର ଟିମ୍‌ ମସଜିଦ୍ ପରିସରରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ପାଖାପାଖି ୩୦ ଜଣ ସଦସ୍ୟ ଏହି ଟିମରେ ରହିଛନ୍ତି । ୱାଜୁଖାନାରେ ରହିଥିବା ବିବାଦୀୟ ସ୍ଥଳକୁ ବାଦ ଦେଇ ମସଜିଦର ଅନ୍ୟ ସବୁ ସ୍ଥାନରେ ସର୍ବେକ୍ଷଣ କରିବ ଏସଆଇ ଟିମ୍ । ସର୍ବେକ୍ଷଣ ସରିବା ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଜିଲ୍ଲା ଅଦାଲତରେ ASI ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବେ ।

ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦ ଏକ ମନ୍ଦିର ଉପରେ ନିର୍ମାଣ ହୋଇଥିବା ନେଇ ମହିଳା ସଂଗଠନ ପକ୍ଷରୁ ଜିଲ୍ଲା କୋର୍ଟରେ ଆବେଦନ କରାଯାଇଥିଲା । ଏପରିକି ମସଦିଜ ମଧ୍ୟରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ରହିଥିବା ମଧ୍ୟ ଆବେଦନରେ ଦର୍ଶାଇଥିଲା ମହିଳା ସଂଗଠନ । ମସଦିଜ ମଧ୍ୟରେ ଥିବା ଦେବାଦେବୀଙ୍କ ପ୍ରତିମା ନେଇ କେବଳ ବୈଜ୍ଞାନିକ ଅନୁଧ୍ୟାନରୁ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଆବେଦନ କରିଥିଲେ। ସଂଗଠନର ଆବେଦନ ଉପରେ ବିବାଦୀୟ ଅଂଶକୁ ଛାଡ଼ି ସମ୍ପୂର୍ଣ୍ଣ ପରିସରକୁ ASI ସର୍ଭେ କରିବାକୁ ମଞ୍ଜୁରୀ ଦିଆଯାଇଛି । ସିଲ ହୋଇଥିବା ବିବାଦୀୟ ଅଂଶକୁ ବାଦ୍‌ ଦେଇ ଅନ୍ୟ ଅଞ୍ଚଳକୁ ସର୍ଭେ ପାଇଁ କୋର୍ଟ ଅନୁମତି ଦେଇଥିଲେ ।

ଗତ ଜୁଲାଇ ୨୧ରୁ ପୁଣି ଜୋର ଧରିଛି ଜ୍ଞାନବାପୀ ଚର୍ଚ୍ଚା । ଆଜ୍ଞା ହଁ ଜ୍ଞାନବାପୀ ମସଜିଦ୍ ଏବେ ପୁଣି ଚର୍ଚ୍ଚାକୁ ଫେରିଛି । ବାରାଣାସୀ କୋର୍ଟ ଜ୍ଞାନବାପୀ ମସଜିଦ୍ ମାମଲାରେ ଗତ ୨୧ ତାରିଖ ଏକ ବଡ଼ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେ ମସଜିଦ୍ ପରିସରରେ ASI ସର୍ଭେ କରିପାରିବ । ହେଲେ କିଛି ସର୍ତ୍ତ ରଖିଥିଲେ କୋର୍ଟ । କୋର୍ଟ କହିଥିଲେ ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ । କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ ।

ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ । କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି, ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି । ବାରାଣାସୀ ଜିଲ୍ଲା ଜଜ୍‌ ଅଜୟ କୃଷ୍ଣ ବିଶ୍ୱାସ୍‌ଙ୍କ କୋର୍ଟ ଏହି ମାମଲାର ଶୁଣାଣି କରିଥିବା ବେଳେ ଏଭଳି ଆଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ରେ ହେବ । ତେଣୁ କୋର୍ଟ ASIକୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଆସନ୍ତା ଶୁଣାଣି ମଧ୍ୟରେ ତଥା ଅଗଷ୍ଟ ୪ ଭିତରେ ASI ସର୍ଭେ ଶେଷ କରି ରିପୋର୍ଟ ଦାଖଲ କରିବ ।