/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691080513.jpg)
Gyanvapi Case
ଜ୍ଞାନବାପି ମସଜିଦ ପରିସରରେ ସର୍ଭେ କରିବା ଲାଗି ASI ବାରାଣସୀ କୋର୍ଟ ଦେଇଥିବା ଆଦେଶକୁ ଆଜି ଆହ୍ଲାବାଦ ହାଇକୋର୍ଟ କାଏମ ରଖିଛନ୍ତି। ପୁଣି ସର୍ଭେ କାର୍ଯ୍ୟ ଚାଲୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ‘ଅଞ୍ଜୁମନ୍ ଇନ୍ତେଜାମିଆ ମସଜିଦ କମିଟି’ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁସଲିମ ପକ୍ଷ ଏହାକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।
ଉତ୍ତର ପ୍ରଦେଶ ବାରାଣାସୀ ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ପକ୍ଷକୁ ବଡ ଆଶ୍ବସ୍ତି। ମସଜିଦରେ ASI ସର୍ଭେ ଲାଗି ଆଲ୍ହାବାଦ ହାଇକୋର୍ଟଙ୍କ ଗ୍ରୀନ ସିଗ୍ନାଲ। ମାମଲାର ଶୁଣାଣି କରି ମୁସଲିମ ପକ୍ଷ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, 'ନ୍ୟାୟହିତ ଦୃଷ୍ଟିରୁ ASI ସର୍ଭେ ଜରୁରୀ। କେତେକ ସର୍ତ୍ତ ଆଧାରରେ ଏହାକୁ କର୍ଯ୍ୟକାରୀ କରିବାର ଆବଶ୍ୟକତା ରିହିଛି। ସର୍ଭେବେଳେ ମସଜିଦକୁ କୌଣସି କ୍ଷତି ନପହଞ୍ଚାଇବାକୁ ମଧ୍ୟ ଆଦେଶ ଦେଇଛନ୍ତି କୋର୍ଟ। ପୂର୍ବରୁ ୨୧ ଜୁଲାଇରେ ବାରଣାସୀ ଜିଲ୍ଲା ଜଜ୍ ଜ୍ଞାନବାପି ମସଜିଦେରେ ASIକୁ ସର୍ଭେ ପାଇଁ ଆଦେଶ ଦେଇଥିଲେ। କିନ୍ତୁ ମୁସଲିମ୍ ପକ୍ଷ ସର୍ଭେ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସର୍ବୋଚ୍ଚ ଅଦାଲତ ସର୍ଭେ ଉପର ୨ ଦିନ ରୋକ ଲଗାଇଥିଲେ। କିନ୍ତୁ ହାଇକୋର୍ଟରେ ଆବେଦନ କରିବାକୁ ଆଦେଶ ଦେଇଥିଲେ। ଆଜି ହାଇକୋର୍ଟ ମୁସଲିମ ପକ୍ଷ ଆବେଦନକୁ ଖାରଜ କରି ସର୍ଭେକୁ ଅନୁମତି ଦେଇଛନ୍ତି ।
ମୁସଲିମ ପକ୍ଷ ଆବେଦନରେ ଦର୍ଶାଇଥିଲା ଯେ, ସର୍ଭେ ଢାଞ୍ଚାକୁ କ୍ଷତି ପହଞ୍ଚାଇବ। ତେଣୁ ସର୍ଭେ କରିବାକୁ ଏଏସଆଇକୁ ଦିଆନଯାଉ। ପରେ ଏଏସଆଇ ପକ୍ଷରୁ ଏକ ଆଫିଡେଭିଟ ଦାଖଲ କରାଯାଇଥିଲା। ସର୍ଭେରୁ ମସଜିଦକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ASI ଦର୍ଶାଇଥିଲା। ଶୁଣାଣି ସମୟରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ପ୍ରମାଣପତ୍ର ଦେଇଛି। ସେପଟେ ଆଜିର ଶୁଣାଣି ପରେ ମୁସଲିମ ପକ୍ଷ ଏହାକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।
କୋର୍ଟଙ୍କ ନିଷ୍ପତ୍ତି ପରେ ଜ୍ଞାନବାପି ପରିସରରେ ASI ସର୍ଭେ ଯେକୌଣସି ସମୟରେ ଆରମ୍ଭ ହୋଇପାରିବ। ତେବେ ମସଜିଦ ପରିସରରେ ଥିବା ୱଜୁଖାନା ଅର୍ଥାତ ଯେଉଁଠାରେ ଶିବଲିଙ୍ଗ ଥିବା ନେଇ ହିନ୍ଦୁ ପକ୍ଷ ଦାବି କରୁଛନ୍ତି ସେହି ଅଞ୍ଚଳକୁ କୁ ସର୍ଭେରୁ ବାଦ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)