Advertisment

ଦୁଇ ବାଲ୍ୟବନ୍ଧୁଙ୍କ ଅମର କାହାଣୀ... ମୃତ୍ୟୁ ପରେ ବି ୧୨ ଜଣଙ୍କ ପାଖରେ ବଞ୍ଚି ରହିଛନ୍ତି

ଗୁଜରାଟରେ ଦୁଇ ବାଲ୍ୟବନ୍ଧୁ ୧୨ଟି ପରିବାର ପାଇ ଦେବଦୂତ ସାଜିଛନ୍ତି। ବ୍ରେନ ଡେଡ୍‌ ହେବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ୨ ଛାତ୍ର । ହେଲେ ୧୨ ଜଣଙ୍କ ଜୀବନ ବଞ୍ଚାଇ ହୋଇ ଯାଇଛନ୍ତି ଅମର।

author-image
Minati Mishra
organ doner students

organ doner students

ସୁରଟ: ଏମାନେ ମଣିଷ, ହେଲେ ମଣିଷ ପଣିଆଠାରୁ ବହୁ ଊର୍ଦ୍ଧ୍ୱରେ। ତାଙ୍କୁ ଛୁଇଁ ପାରେନି ମୃତ୍ୟୁ। ମରି ବି ଅମର ହୋଇଯାଆନ୍ତି ଏମାନେ।  ନିଜ ଜୀବନ ବଦଳରେ ଅନେକ ଜୀବନକୁ ଦେଇଯାନ୍ତି ବଞ୍ଚିବାର ଆଶ୍ୱାସନା। ଏମାନେ ମହାନ... ନମସ୍ୟ। ଗୁଜରାଟରେ ଦୁଇ ବାଲ୍ୟବନ୍ଧୁ ୧୨ଟି ପରିବାର ପାଇ ଦେବଦୂତ ସାଜିଛନ୍ତି। ବ୍ରେନ ଡେଡ୍‌ ହେବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ୨ ଛାତ୍ର । ହେଲେ ୧୨ ଜଣଙ୍କ ଜୀବନ ବଞ୍ଚାଇ ସେମାନେ ଅମର ହୋଇ ଯାଇଛନ୍ତି। 

Advertisment

ସୁରଟର ଏହି ଦୁଇ ବାଲ୍ୟବନ୍ଧୁଙ୍କର ବ୍ରେନ୍‌ଡେଡ୍‌ ହେବା ପରେ ମୃତ୍ୟୁ ଘଟିଲା। ଦୁଇ ବନ୍ଧୁଙ୍କ ପରିବାର ସୁରଟର ଡୋନେଟ ଲାଇଫ ସଂସ୍ଥା ମାଧ୍ୟମରେ ସେମାନଙ୍କର ଅର୍ଗାନ ଡୋନେଟ କରିଛନ୍ତି। ଏହି ଅର୍ଗାନ ପାଇଁ ଆଜି ବଞ୍ଚିଯାଇଛି ୧୨ ଜଣଙ୍କ ଜୀବନ। ପ୍ରଥମ ଥର ପାଇଁ ସୁରଟର ଏକ ଡାକ୍ତରଖାନାରେ କେହି ୧୩ଟି ଅର୍ଗାନ ଏକକାଳୀନ ଡୋନେଟ କରିଛନ୍ତି। 

ବ୍ରେନ ଡେଡ୍‌ ହେବା ପରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଖବର ପାଇ ସୁରଟର ଡୋନେଟ ଲାଇଫ ସଂସ୍ଥାର ନୀଲେଶ ମାଣ୍ଡଲେବାଲା ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ। ଅର୍ଗାନ ଡୋନେଟ କରିବା ପାଇଁ ସେ ପରିବାର ଲୋକଙ୍କୁ ବୁଝାଇଥିଲେ। ଶେଷରେ ପରିବାର ଲୋକେ ତାଙ୍କ କଥାରେ ରାଜି ହୋଇଥିଲେ। ଏହା ପରେ ପରିବାର ଲୋକେ ପିଲାମାନଙ୍କର କିଡ୍‌ନୀ, ଲିଭର, ହାର୍ଟ, ଲଙ୍ଗସ୍‌ ଏବଂ ଆଖି ଦାନ କରିଥିଲେ। ଦୁଇ ପିଲାଙ୍କର ଏହି ଅର୍ଗାନ ଦ୍ୱାରା ୧୨ ଜଣଙ୍କୁ ମିଳିଥିଲା ନୂଆ ଜୀବନ। 

Advertisment

ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାମ କ୍ରିଶ। କ୍ରିଶ ଗାନ୍ଧି।  କ୍ରିଶଙ୍କ ଜନ୍ମଦିନ ଅଗଷ୍ଟ ୨୪ ତାରିଖରେ ଥିଲା। ଜନ୍ମଦିନ ପାଳନ କରିବା ପରେ ରାତିରେ ନିଜ ଗାଡ଼ିରେ ଘରକୁ ଫେରୁଥିଲେ। ବାଟରେ ଜଣେ କାର ଚାଳକ ତାଙ୍କ ମୋପେଡକୁ ଧକ୍କା ଦେଇଥିଲା। ଏହି ଘଟଣାରେ ପୋଲିସ କପଡ଼ା ବ୍ୟବସାୟୀ ଡ୍ରାଇଭର ରିଜବାନ ଶେଖକୁ ଗିରଫ କରିଥିଲା। ମୃତକଙ୍କ ଅର୍ଗାନକୁ ଅହମ୍ମଦାବାଦ ଏବଂ ହ୍ରାଇଦ୍ରାବାଦ୍‌ରେ ପହଞ୍ଚାଇବା ପାଇଁ ଦୁଇଟି ଅଲଗା ଅଲଗା ଗ୍ରୀନ କରିଡର ତିଆରି କରିଥିଲେ। 

student donate organsଅର୍ଗାନ ଦାନ କରି ଅନେକ ଜୀବନ ବଞ୍ଚାଇଲେ ଛାତ୍ର

ସୁରଟରୁ ହାଇଦ୍ରାବାଦ୍‌ ୯୨୬ କିମି। ଏହି ରାସ୍ତାକୁ ୧୮୦ ମିନିଟ୍‌ରେ ପହଞ୍ଚାଇବାର ଲକ୍ଷ୍ୟ ନେଇ କ୍ରିଶଙ୍କର ଲଙ୍ଗସ୍‌ଙ୍କୁ ନିଆଯାଇଥିଲା ଏବଂ ସିଆରପିଏଫର ପୁଣେ ୟୁନିଟ୍‌ରେ କାମ କରୁଥିବା ଜଣେ ୫୪ ବର୍ଷୀୟ ଯବାନଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଯବାନ ଜଣକ ଗତ ଦେଢ ବର୍ଷ ହେବ ଅକ୍ସଜେନ ସପୋର୍ଟରେ ଥିଲେ। 

student donates organଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ ଛାତ୍ର

ଅନ୍ୟଜଣେ ଅର୍ଗାନ ଡୋନର ହେଉଛନ୍ତି ମିତ୍‌ ପାଣ୍ଡ୍ୟା। ସୁରଟରୁ ଅହମ୍ମଦାବାଦ୍‌ ୨୮୮ କିମି ଦୂର ରାସ୍ତାକୁ ୯୦ ମିନିଟ୍‌ରେ ପହଞ୍ଚାଇବା ଲକ୍ଷ୍ୟ ନେଇ ତାଙ୍କର ହାର୍ଟକୁ ବଡୌଦାରେ ରହୁଥିବା ୨୧ ବର୍ଷୀୟ ଯୁବତୀଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଗଲା। ସେହିପରି କ୍ରିଶଙ୍କ ଲିଭରକୁ ରାଜକୋଟ ନିବାସୀ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ମିତ୍‌ ପାଣ୍ଡ୍ୟାଙ୍କ ଲିଭର ଜଣେ ୪୭ ବର୍ଷୀୟ ଶିକ୍ଷକଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଗଲା। ଏହି ପରି ଦାନରେ ମିଳିଥିବା ୪ଟି କୀଡ୍‌ନି ଅନ୍ୟମାନଙ୍କ ଶରୀରରେ ପ୍ରତିରୋପଣ କରାଯିବ। ଅହମ୍ମଦାବାଦ୍‌ର  Institute of Kidney Diseases and Research Centre ଏହାକୁ ରଖାଯାଇଛି। ଏଠି କହିରଖିବୁ, ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ହାର୍ଟ ଦାନ କରିବା ରୋଗୀଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। 

Gujarat Organ Donation
Advertisment
Advertisment