• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଧାୟକ ହେବ ତ ଏମିତି ! ଜନତାଙ୍କ ପାଇଁ ଜୀବନକୁ ଲଗାଇଦେଲେ ବାଜି । ସମୁଦ୍ରରେ ବୁଡ଼ିଯାଇଥିବା ୩ ଯୁବକଙ୍କୁ ଉଦ୍ଧାର କଲେ ବିଧାୟକ । ସୂଚନା ମୁତାବକ ବୁଧବାର ଦିନ ଚାରିଜଣ ଯୁବକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସମୁଦ୍ରର ଲହଡ଼ି ହଠାତ୍‌ ସେମାନଙ୍କୁ ଭିଡ଼ି ନେଇଥିଲା ।

ପରେ ସମୁଦ୍ର ଭିତରେ ୩ଜଣ ଫସିରହି ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ଏହି ସମୟରେ ବିଧାୟକ ଜଣକ ସମୁଦ୍ର ଭିତରକୁ ଡେଇଁବା ସହ ଯୁବକମାନଙ୍କ ଜୀବନ ବଞ୍ଚାଇଥିଲେ । ଖାଲି ବିଧାୟକ ନୁହଁନ୍ତି ବିଧାୟକଙ୍କ ସହ କିଛି ସ୍ଥାନୀୟ ଲୋକ ମାଧ୍ୟ ସମୁଦ୍ର ଭିତରକୁ ଡେଇଁ ୪ ଯୁବକଙ୍କୁ ବଞ୍ଚାଇବୁ ଚେଷ୍ଟା କରିଥିଲେ ।

ଏପରି ଏକ ଘଟଣା ସାମ୍ନାକୁ ଆସିଛି ଗୁଜରାଟରୁ । ଗୁଜୁରାଟର ରାଜୁଲା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ହିରା ସୋଲାଙ୍କି ଏପରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେହି ଅଞ୍ଚଳର କଲପେଶ ଶିଆଲ, ବିଜୟ ଗୁଜରିଆ, ନିକୁଲ ଗୁଜରିଆ ଏବଂ ଜୀବନ ଗୁଜରିଆ ସବୁଦ୍ରରେ ଗାଧୋଉଥିବାବେଳେ ଏପରି ଅଘଟଣ ଘଟିଛି ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଛାତ୍ରମାନେ ବୁଡ଼ିଯିବା ସମୟରେ ବିଧାୟକ ହିରା ସୋଲାଙ୍କି ସେଠାରେ ଉପସ୍ଥିତ ଥିଲେ । ଛାତ୍ରମାନେ ବୁଡ଼ିଯିବା ଦେଖି କିଛି ସ୍ଥାନୀୟ ଲୋକଙ୍କ ସହ ବିଧାୟକ ସମୁଦ୍ର ଭିତରକୁ ଡେଇଁପଡ଼ିଥିଲେ । ପରେ ପରେ ବିଧାୟକ ଓ ସ୍ଥାନୀୟ ଲୋକଙ୍କ ପ୍ରୟାସରେ ୩ଜଣ ଯୁବକଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ହେଲେ ଜଣେ ଛାତ୍ରଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିନଥିଲେ । ଫଳରେ ଛାତ୍ର ଜଣକଙ୍କ ଜୀବନ ଚାଲିଯାଇଛି । ଉଦ୍ଧାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଅନେକ ଲୋକ ବିଧାୟକଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ।