• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣ୍ଡପ ସଜାହେବ, ହୋମନିଆଁ ଜଳିବ, ୭ ଫେରା ନେବେ । କିନ୍ତୁ ବିବାହରେ ରହିବନି ବର । ନିଜକୁ ନିଜେ ବିବାହ କରିବେ କନ୍ୟା । ବିବାହ ଦୁଇ ଜଣଙ୍କ ମଧ୍ୟରେ ହେଉଥିବା ବେଳେ ଗୁଜୁରାଟର ବଡ଼ୋଦରା ଠାରେ ଏପରି ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟ ବିବାହ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ବଡ଼ୋଦରା ନିବାସୀ ୨୪ ବର୍ଷିୟ କ୍ଷମା ବିନ୍ଦୁ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ  ନିଜ ବାପାମା’ଙ୍କ ସହମତିରେ ସେ ଏହି ବିବାହ କରୁଥିବା କହିଛନ୍ତି ।

ଜୁନ୍ ୧୧ ରେ ନିଜକୁ ନିଜେ ବିବାହ କରିବେ କ୍ଷମା । ସେ ବିବାହ ପାଇଁ ଲେହେଙ୍ଗାଠାରୁ ଅଳଙ୍କାର ପର୍ଯ୍ୟନ୍ତ ସବୁକିଛି କିଣି ସାରିଛନ୍ତି । ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ପାରମ୍ପାରିକ ରୀତିନୀତି ଅନୁସାରେ ବିବାହ ହେବ । ସୂଚନା ଅନୁସାରେ କ୍ଷମା ବିବାହ କରିବାକୁ ଚାହୁଁନଥିଲେ ସୁଦ୍ଧା କନ୍ୟା ରୂପରେ ସଜେଇ ହେବାକୁ ଚାହୁଁଥିଲେ । ହେଲେ ବିବାହ ନକରି କନ୍ୟା ହେବା ସମ୍ଭବ ନଥିଲା । ତେଣୁ ସେ ନିଜେ ବିବାହ କରିବାକୁ ସ୍ଥିର କଲେ।

ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତର କୌଣସି ମହିଳା ନିଜକୁ ବିବାହ କରିଛନ୍ତି କି ନାହିଁ, ସେ ସଂପର୍କରେ ଅନଲାଇନରେ ଅନୁସନ୍ଧାନ କରିଥିଲେ କ୍ଷମା । ହେଲେ ତାଙ୍କୁ କୌଣସି ସନ୍ତୋଷଜନକ ଫଳାଫଳ ମିଳିନଥିଲା । ଆଉ ତା’ପରେ କ୍ଷମା କହିଛନ୍ତି ବୋଧହୁଏ ଦେଶରେ ନିଜକୁ ଭଲପାଉଥିବା ପ୍ରଥମ ମହିଳା ସେ ହିଁ ହେବେ ।

କ୍ଷମାଙ୍କ ଅନୁସାରେ, ଲୋକମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ବିବାହ କରନ୍ତି । ମୁଁ ନିଜକୁ ଭଲ ପାଏ ଏବଂ ସେଥିପାଇଁ ମୁଁ ନିଜକୁ ବିବାହ କରୁଛି । କ୍ଷମା ମନ୍ଦିରରେ ବିବାହ କରିବା ପାଇଁ ଯାଉଛନ୍ତି । ତେବେ ବିବାହରେ ଫେରାରେ କ’ଣ ଶପଥ ନେବେ ତାହା ବି ଲେଖିଛନ୍ତି । ବିବାହ ପରେ କ୍ଷମା ଏକା ହନିମୁନରେ ଯିବେ । ଏଥିପାଇଁ ସେ ଗୋଆକୁ ବାଛିଛନ୍ତି, ଯେଉଁଠାରେ ସେ ଦୁଇ ସପ୍ତାହ ରହିବେ।