Advertisment

GST Council Meeting: ଆଜିଠୁ ୫୬ତମ GST କାଉନସିଲ୍ ବୈଠକ; ହୋଇପାରେ ବଡ଼ଧରଣର ପରିବର୍ତ୍ତନ !

ଆଜି ନୂଆଦିଲ୍ଲୀରେ ବସୁଛି ୫୬ତମ GST କାଉନସିଲ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୨ ଦିନ ଧରି ହେବାକୁ ଥିବା ଏହି ବୈଠକ ଉପରେ ସାରା ଦେଶର ନଜର ରହିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
GST Council Meeting

GST Council Meeting

ଜିଏସଟିରେ ହେବ କି ବଡ଼ଧରଣର ପରିବର୍ତ୍ତନ ? ବଦଳିବ କି ଟିକସ୍ ସ୍ଲାବ୍ ? ଉଚ୍ଛେଦ ହେବ କି ୧୨ ଓ ୧୮ ପ୍ରତିଶତ ଟିକସ ? ଏସବୁ ପ୍ରଶ୍ନ ଭିତରେ ଆଜି ନୂଆଦିଲ୍ଲୀରେ ବସୁଛି ୫୬ତମ GST କାଉନସିଲ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୨ ଦିନ ଧରି ହେବାକୁ ଥିବା ଏହି ବୈଠକ ଉପରେ ସାରା ଦେଶର ନଜର ରହିଛି । ପୂର୍ବରୁ ଜିଏସଟି ପରିଷଦ ବୈଠକରେ ୧୨ ଓ ୧୮ ପ୍ରତିଶତ ଟିକସ ଉଚ୍ଛେଦ ସହ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଟିକସ ଲାଗୁ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ସ୍ଲାବ୍ ଉଠାଇବା ଉପରେ ନିଷ୍ପତ୍ତି ନିଆଯାଇପାରେ । ବୈଠକର କାର୍ଯ୍ୟସୂଚୀରେ ୫ ପ୍ରତିଶତ ଓ ୧୮ ପ୍ରତିଶତ ଟିକସ ହାର ସ୍ଥିର କରାଯିବା ନେଇ ପ୍ରସ୍ତାବ ରହିଛି ।

Advertisment

ବର୍ତ୍ତମାନ ପ୍ରଚଳିତ ୪ଟି ଜିଏସଟି ସ୍ଲାବ ହେଲା ୫%, ୧୨%, ୧୮% ଓ ୨୮% । ସୂଚନା ଅନୁସାରେ ଆଗକୁ କେବଳ ୫% ଓ ୧୮% ସ୍ଲାବ ରହିବ । ୨୮% ସ୍ଲାବରେ ଆସୁଥିବା ପ୍ରାୟ ୯୦% ସାମଗ୍ରୀ ୧୮% ସ୍ଲାବକୁ ଆସିପାରେ । ସେହିପରି ୧୨% ଜିଏସଟି ଆଦାୟ କରାଯାଉଥିବା ଅଧିକାଂଶ ସାମଗ୍ରୀ ୫% ଅଧିନକୁ ଆସିବା ସମ୍ଭାବନା ରହିଛି। ଏହା ଫଳରେ ଔଷଧ, ଡେରି ଉତ୍ପାଦ, ପ୍ରୋସେସଡ ଫୁଡ୍ ଆଦି ଶସ୍ତା ହୋଇପାରେ । ପ୍ରାୟ ୧୭୫ଟି ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନେଇପାରେ ଜିଏସଟି କାଉନସିଲ୍ । ବିଶେଷକରି କାର୍, ଟିଭି, ବାଇକ୍, ଫ୍ରିଜ୍ ଏବଂ ଅନେକ ପ୍ରଶାଧନ ସାମଗ୍ରୀ ଶସ୍ତା ହୋଇପାରେ । ଏଥିସହ ରାଜ୍ୟଗୁଡ଼ିକୁ ତୁରନ୍ତ ରାଜସ୍ୱ କ୍ଷତିପୂରଣ ନେଇ ବୈଠକରେ ହୋଇପାରେ ନିଷ୍ପତ୍ତି । ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳିରେ ଜିଏସଟି ହାର ହ୍ରାସ କରିବା ସଂପର୍କରେ ଘୋଷଣା କରିଥିଲେ ।

Nirmala Sitharaman
Advertisment
Advertisment