Advertisment

ବଡ଼ ଖୁସି ଖବର ! ପୁଣି ବଢ଼ିଲା ସରକାରୀ ଚାକିରିଆଙ୍କ ଦରମା

କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Salary Hiked Of Junior Teachers

ଆସିଲା ବଡ଼ ଖବର । ପୁଣି ବଢ଼ିଲା ସରକାରୀ ଚାକିରିଆଙ୍କ ଦରମା । କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି ।

Advertisment

ଖାଲି ସେତିକି ନୁହେଁ ପେନସନଭୋଗୀଙ୍କ DR ମଧ୍ୟ ୩% ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩% ବୃଦ୍ଧି ପରେ ବେସିକ୍ ପେ’ର ୩୪% ମିଳିବ । ବର୍ଦ୍ଧିତ ୩% DA ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ୨୦୨୨ ଜାନୁଆରୀ ୧ ରୁ ପିଛିଲା ଭାବେ ଏହାକୁ ଲାଗୁ କରାଯାଇଛି । ଏହି ନିପତ୍ତି ଦ୍ୱାରା ୪୭.୬୮ ଲକ୍ଷ କର୍ମଚାରୀ ଓ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହି ବର୍ଦ୍ଧିତ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ୯,୫୪୪.୫୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ସମସ୍ତଙ୍କ ମନରେ ଏହି ଖବର ଏକ ଖୁସିର ମାହୋଲ ତିଆରି କରିଛି । 

ପୂର୍ବରୁ ଚର୍ଚ୍ଚା ହେଉଥିଲା, ହୋଲି ପୂର୍ବରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ହେଲେ ଏପରି କିଛି ଘୋଷଣା ହୋଇନଥିଲା । 

Advertisment

ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ। ଏହି ଘୋଷଣା ପରେ କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ ସହିତ ଜାନୁଆରୀ ଓ ଫେବ୍ରୁଆରୀ ୨୦୨୨ର ବକେୟା ଅର୍ଥ ମଧ୍ୟ ମିଳିବ। ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କୁ ନୂଆ ଦରମା ମିଳିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହେବେ।

ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨୮%ରୁ ୩୧% ବୃଦ୍ଧି କରିଥିଲେ। ଏହାପୂର୍ବରୁ ସେହିବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ୧୭%ରୁ ୨୮%କୁ ବଢ଼ିଥିଲା। ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ଦୁଇଥର ବଢ଼ାଇଥିଲେ ସରକାର।

DA Salary Hike DR
Advertisment
Advertisment