Advertisment

ଓଡ଼ିଶାରେ ଭାରତ ବନ୍ଦ ! ଯାତାୟତ ଠପ୍‌, ଲୋକେ ନାକେଦମ୍‌

କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୁହ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
Gramin Bharat Bandh 2024

Bharat Bandh

Advertisment

ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଆଜି ଦେଶବ୍ୟାପୀ ଆନ୍ଦୋଳନ ଓ ଗ୍ରାମୀଣ ଭାରତ ବନ୍ଦର ଡାକରା ଦିଆଯାଇଛି। ଚାଷୀ ସଂଗଠନର ଦୀର୍ଘଦିନ ଧରି ଥିବା ଦାବିପ୍ରତି କେନ୍ଦ୍ର ସରକାର ଅଣ ଦେଖା କରି ଆସୁଥିବା ଏବଂ କୃଷକ ଆନ୍ଦୋଳନକୁ ଭଣ୍ଡୁର ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି।

Advertisment

ସକାଳ ୬ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗ୍ରାମୀଣ ଭାରତ ବନ୍ଦ ଡାକରା ଦିଆଯାଇଥିଲା ବେଳେ ପଞ୍ଜାବ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା ଭଳି ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୪ଟା ଯାଏଁ ଚକ୍କାଜାମ୍ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୁହ ସାମିଲ ହୋଇଛନ୍ତି।

ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି। ତେବେ ଓଡିଶାରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଟ୍ରେଡ୍ ୟୁନିୟନ୍ ସଦସ୍ୟ। ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ କୋଇଡ଼ା ଭଳି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Advertisment

ଭାରତ ବନ୍ଦ ଡାକରା ପ୍ରଭାବ ଅନୁଗୋଳରେ ଦେଖିବାକୁ ମିଳିଛି। ବିଭିନ୍ନ ଟ୍ରେଡ଼ ୟୁନିଅନ ଓ କଂଗ୍ରେସ ଏହାକୁ ସମର୍ଥନ ଜଣାଇଥିବା ବେଳେ ବହୁ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି । ଅନୁଗୋଳ ହୁଲୁରସିଂହା ଛକ, ଖଲାରୀ, ବନ୍ତଳା ଓ ବଅଁରପାଳଠାରେ ଟାୟାର ଜାଳି ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଛକମାନଙ୍କରେ ଆନ୍ଦୋଳନ କରୁଥିବା ବେଳେ ଗାଡି ଚଳାଚଳ ଠପ ହୋଇ ରହିଛି ।

Advertisment

ଏପଟେ ବନ୍ଦ ଡାକରାର ପ୍ରଭାବା ଭଦ୍ରକରେ ମଧ୍ୟ ପରିଲକ୍ଷିତ ହୋଇଛି । ବନ୍ତ ଛକ ବସଷ୍ଟାଣ୍ଡରେ ପିକେଟିଂ ସହ ଗାଡି ଗୁଡିକୁ ଅଟକାଉଛନ୍ତି ଆନ୍ଦୋଳନକାରୀ । ବନ୍ଦର ପ୍ରଭାବ ଖଣି ଖାଦାନ ଅଂଚଳ କୋଇଡାରେ ଦେଖିବାକୁ ମିଳିଛି। କୋଇଡା ବ୍ଲକ ଛକ ଏବଂ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ରେଲୱେ ସାଇଡ଼ିଂ ବନ୍ଦ ଥିବା ବେଳେ ମାଇନ୍ସରୁ ଖଣି ପରିବହନ ବନ୍ଦ କରିଛି ଶ୍ରମିକ ସଂଗଠନ।

Bharat Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ