• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଭାରତର ଗେଜେଟରେ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ପାରାସିଟାମୋଲ ଭଳି ପ୍ରାୟ ୧୬ଟି ସାଧାରଣ ଔଷଧକୁ କାଉଣ୍ଟରରେ ବିକ୍ରି କରିବାକୁ ଅନୁମତି ଦେବା ପାଇଁ ସରକାର ଆଇନରେ ସଂଶୋଧନ କରିବାକୁ ଯୋଜନା କରିଛନ୍ତି ।

ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ । ସେଠାରେ ଏହା ପ୍ରଥମ ଥର ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯେମିତିକି କିଛି ଔଷଧକୁ ତାଲିକାଭୁକ୍ତ କରିଛନ୍ତି । ଯାହାକୁ ବିନା କୌଣସି ଡାକ୍ତରୀ ପ୍ରେସ୍‌କ୍ରିପ୍‌ସନ୍‌ରେ ଔଷଧ ଦୋକାନରେ ବିକ୍ରି କରାଯାଇପାରିବ ।

ବିନା ଡାକ୍ତରୀ ପ୍ରେସ୍‌କ୍ରିପ୍‌ସନ୍‌ରେ ବିକ୍ରି କରାଯାଉଥିବା ଔଷଧ ଗୁଡ଼ିକ ମଧ୍ୟରେ ଡିକାଂଙ୍ଗ୍ନେଷ୍ଟାଣ୍ଟ, ସାଧାରଣ ଭାବେ ବ୍ୟବହୃତ ଉପଶମକାରୀ ଏବଂ କିଛି ମାଉଥ୍‌ ଫ୍ରେସ୍‌ନର, ବ୍ରଣ ପାଇଁ କ୍ରିମ୍, ସାଧାରଣ କ୍ରିମ୍ ଏବଂ ପେନ୍‌କିଲର ସାମିଲ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଡ୍ରଗ୍ସ ରେଗୁଲେସନ ଆକ୍ଟ, ୧୯୪୫ରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି । ତେବେ ବିନା ପ୍ରେସ୍‌କ୍ରିପ୍‌ନରେ ଯଦି ଆପଣ କିଛି ଔଷଧ କିଣି ଚିକିତ୍ସା କରୁଛନ୍ତି ତେବେ ଏହା ୫ ଦିନରୁ ଅଧିକ ନହେବା ଉଚିତ୍‌ । ଔଷଧ ଖାଇବା ପରେ ଯଦି ରୋଗ ଭଲ ନହୁଏ ତେବେ ତୁରନ୍ତ ହାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।