• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶିଶୁ ଯୌନ ଉତ୍ପୀଡ଼ନ ପ୍ରସଙ୍ଗରେ ସୋସିଆଲ ମିଡିଆକୁ କେନ୍ଦ୍ରର ଛାଟ । ତୁରନ୍ତ ଶିଶୁ ଯୌନ ଉତ୍ପୀଡ଼ନ ବିଷୟବସ୍ତୁ ହଟାଇବାକୁ କେନ୍ଦ୍ର ସରକାରଙ୍କ କଡ଼ା ତାଗିଦ । ଲୋକପ୍ରିୟ ସୋସିଆଲ୍ ମିଡିଆ ଏକ୍ସ, ୟୁଟ୍ୟୁବ୍ ଓ ଟେଲିଗ୍ରାମକୁ ନୋଟିସ୍ କରିଛି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ । ଆଇଟି ଆକ୍ଟ ସେକ୍ସନ ୭୯ର ଉଲ୍ଲଂଘନ ରୋକିବାକୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

ଶିଶୁ ଯୌନ ଉତ୍ପୀଡ଼ନ ସଂପର୍କିତ ଫଟୋ, ଭିଡିଓ ଆଦି ସମସ୍ତ ପ୍ରକାର ବିଷୟବସ୍ତୁକୁ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ହଟାଇବାକୁ କିମ୍ବା ଏହାକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭବିଷ୍ୟତରେ ଏଭଳି ବିଷୟବସ୍ତୁ ଚିହ୍ନଟ କରି ହଟାଇବା ପାଇଁ ଠୋସ୍ ଆଲଗରିଦିମ୍ ଓ ରିପୋର୍ଟିଂ ବ୍ୟବସ୍ଥା ସୃଷ୍ଟି କରିବାକୁ କୁହାଯାଇଛି । ଏହାକୁ ଅମାନ୍ୟ କଲେ ଭାରତୀୟ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରାଯିବ ବୋଲି ଚେତାବନୀ ବି ଦିଆଯାଇଛି ।