Advertisment

କିଏ ହେବ ଆଗାମୀ CDS ? ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ ।

author-image
Satyendu Shekher Mishra
CDS

CDS

ସିଡିଏସ୍ ନିଯୁକ୍ତି ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ନୂଆ ନିୟମାନୁସାରେ ଅବସରପ୍ରାପ୍ତ ସେନାଧିକାରୀ ବି ହୋଇପାରିବେ CDS । ୬୨ ବର୍ଷ ହୋଇନଥିବା ଅବସରପ୍ରାପ୍ତ ଅଧିକାରୀ ହୋଇପାରିବେ CDS । ଫୋର୍ ଷ୍ଟାର ଜେନେରାଲ ସହ ଏଣିକି ଥ୍ରୀ ଷ୍ଟାର ଜେନେରାଲ ବି ହୋଇପାରିବେ । ଚାକିରି ଅବଧି ଥିବା ଲେଫ୍ଟନାଣ୍ଟ ଜେନେରାଲ ହୋଇପାରିବେ CDS । ବାୟୁସେନା ଓ ନୌସେନାର ଅଧିକାରୀ ବି ନିଯୁକ୍ତ ହୋଇପାରିବେ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଗେଜେଟ ନୋଟିସ । ଜେନେରାଲ ବିପିନ ରାୱତଙ୍କ ନିଧନ ପରେ ଖାଲିପଡ଼ିଛି ସିଡିଏସ୍ ପଦବୀ ।

Advertisment

ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ । ଆର୍ମି, ନାଭି ଓ ଏୟାରଫୋର୍ସରେ କାର୍ଯ୍ୟରତ ୩ ଷ୍ଟାର ଅଫିସର କିମ୍ବା ଅବସର ପ୍ରାପ୍ତ ୩ ଷ୍ଟାର ଓ ୪ ଷ୍ଟାର ଅଫିସର ସିଡିଏସ୍‌ ଭାବେ ନିଯୁକ୍ତି ପାଇପାରିବେ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଏୟାର ମାର୍ଶଲ କିମ୍ବା ଏୟାର ଚିଫ ମାର୍ଶଲ କାର୍ଯ୍ୟ କରୁଥିବା କିମ୍ବା ସମାନ ରାଙ୍କର ଅଫିସର ଭାବେ ଅବସର ନେଇଥିବେ ସେମାନଙ୍କ ନାଁକୁ ମଧ୍ୟ ସରକାର ସିଡିଏସ୍‌ ପଦ ପାଇଁ ବିଚାରକୁ ନେଇ ପାରିବେ । କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବ । ସମାନ ନିୟମ ନୌସେନା ଓ ସ୍ଥଳ ସେନା ପାଇଁ ମଧ୍ୟ ଲାଗୁ ହେବ।

Advertisment

ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ଗତବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏହି ପଦ ଖାଲି ପଡ଼ିଛି। ଏବେ ନୂଆ ବିଜ୍ଞପ୍ତି ଅନୁସାରେ ଦେଶକୁ ନୂଆ ସିଡିଏସ୍‌ ମିଳିବାର ରାସ୍ତା ପରିଷ୍କାର ହୋଇଛି। ସିଡିଏସ୍‌ ଭାବେ ଜଣେ ଅଧିକାରୀ ସର୍ବାଧିକ ୩ ବର୍ଷ କାମ କରିବାର ପ୍ରାବଧାନ ରହିଛି। ସରକାର ସିଡିଏସଙ୍କ କାର୍ଯ୍ୟକାଳ ସର୍ବାଧିକ ତାଙ୍କୁ ୬୫ ବର୍ଷ ହେବା ଯାଏ ବୃଦ୍ଧି କରିପାରିବେ।

Indian Army New Guidelines CDS
Advertisment
Advertisment