Advertisment

ଅଣକୁଶଳୀଙ୍କ ଦୈନିକ ପ୍ରାପ୍ୟ ୭୮୩, ଅର୍ଦ୍ଧ କୁଶଳୀଙ୍କ ୮୬୮, କୁଶଳୀ ପାଇବେ ୯୫୪ ଟଙ୍କା

ଏହି ବୃଦ୍ଧି ଫଳରେ ଅଣ କୁଶଳୀ ଶ୍ରମିକ ଏଣିକି ମାସିକ 20 ହଜାର 358 ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ 22 ହଜାର 568, କୁଶଳୀ 24 ହଜାର 804 ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାସିକ 26 ହଜାର 910 ଟଙ୍କା ପାଇବେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Daily Wages

Daily Wages

ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି।  ବଢ଼ିଲା ପାରିଶ୍ରମିକ। କେନ୍ଦ୍ର ସରକାର ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାରିଶ୍ରମିକ ବଢ଼ାଇଛନ୍ତି। ଏଣିକି ନିର୍ମାଣ, ସଫେଇ, ଲୋଡିଂ ଅନଲୋଡିଂ ବର୍ଗର ଅଣକୁଶଳୀ ଶ୍ରମିକ ଦୈନିକ ୭୮୩ ଟଙ୍କାର ପାରିଶ୍ରମିକ ପାଇବେ। ସେହିପରି ଏହି ବର୍ଗର ଅର୍ଧକୁଶଳୀ ଶ୍ରମିକ ଦୈନିକ ୮୬୮, କୁଶଳୀ ଶ୍ରମିକ ୯୫୪ ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକକୁ ୧ ହଜାର ୩୫ ଟଙ୍କାକୁ ବଢାଯାଇଛି।

Advertisment

ଏହି ବୃଦ୍ଧି ଫଳରେ ଅଣ କୁଶଳୀ ଶ୍ରମିକ ଏଣିକି ମାସିକ ୨୦ ହଜାର ୩୫୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ୨୨ ହଜାର ୫୬୮, କୁଶଳୀ ୨୪ ହଜାର ୮୦୪ ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାସିକ ୨୬ ହଜାର ୯୧୦ ଟଙ୍କା ପାଇବେ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଗୁରୁବାର ଏକ ବିଜ୍ଞପ୍ତିରେ କହିଛି ଯେ ଏହି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଶ୍ରମିକମାନଙ୍କୁ ବଢୁଥିବା ଜୀବନଧାରଣ ଖର୍ଚ୍ଚର ମୁକାବିଲା କରିବାରେ ସାହାଯ୍ୟ କରିବା । ନିମ୍ନରେ ଜାଣନ୍ତୁ ପ୍ରତ୍ୟେକ ବର୍ଗର ଶ୍ରମିକଙ୍କୁ କେତେ ଦରମା ବୃଦ୍ଧି ଦିଆଯିବ ।

Advertisment

କେନ୍ଦ୍ରୀୟ ପ୍ରତିଷ୍ଠାନ ଅଧୀନରେ କୋଠା ନିର୍ମାଣ, ଲୋଡିଂ ଓ ଅନଲୋଡିଂ, ଘଣ୍ଟା ଓ ୱାର୍ଡ, ଝାଡ଼ୁ, ସଫେଇ, ଗୃହରକ୍ଷଣ, ଖଣି ଓ କୃଷି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ସଂଶୋଧିତ ମଜୁରି ହାରବୃଦ୍ଧି ଦ୍ୱାରା ଉପକୃତ ହେବେ। ନୂଆ ମଜୁରି ହାର ୨୦୨୪ ଅକ୍ଟୋବର ପହିଲାରୁ ଲାଗୁ ହେବ। ପୂର୍ବରୁ ୨୦୨୪ ଏପ୍ରିଲରେ ସଂଶୋଧନ କରାଯାଇଥିଲା।

Daily Wages
Advertisment
Advertisment