Advertisment

SBI Reward Scam Alert: ସାଇବର ଠକଙ୍କ ନୂଆ ପଦ୍ଧତି! ଆପଣଙ୍କ ଫୋନ୍‌ରୁ ମଧ୍ୟ କଟିଯାଇପାରେ ଟଙ୍କା..

ଆଜିକାଲି ଦୁନିଆରେ ଅନଲାଇନ୍ ସ୍କାମ୍ ବଢ଼ିଯାଇଛି । ଏନେଇ ବ୍ୟାଙ୍କ ଓ ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ସାଧାରଣ ଲୋକେ ଚେତୁ ନାହାନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
SBI Reward scam: What is APK fraud, tips to protect yourself

Reward scam

ଆଜିକାଲି ଦୁନିଆରେ ଅନଲାଇନ୍ ସ୍କାମ୍ ବଢ଼ିଯାଇଛି । ଏନେଇ ବ୍ୟାଙ୍କ ଓ ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ସାଧାରଣ ଲୋକେ ଚେତୁ ନାହାନ୍ତି । ଏପରି ଏକ ନୂଆ ସ୍କାମ ବିଷୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜର ଗ୍ରାହକଙ୍କୁ ସଚେତନ କରିଛି । ଭାରତ ସରକାରଙ୍କ ନୋଡାଲ ଏଜେନ୍ସିର ପରାମର୍ଶଦାତା ଅନୁଯାୟୀ ସ୍କାମରମାନେ ବର୍ତ୍ତମାନ ଏକ ନୂଆ ଉପାୟ ବାହାର କରିଛନ୍ତି ।

Advertisment

"ଏସବିଆଇ ରିୱାର୍ଡ୍ସ" ନାମରେ ବର୍ତ୍ତମାନ ଗ୍ରାହକଙ୍କୁ ସାଇବର ଠକ ଠକିବାରେ ଲାଗିଛନ୍ତି । ଏହାକୁ ନେଇ ବ୍ୟାଙ୍କ ତଥା ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଥମେ ସାଇବର ଠକମାନେ ଉପଭୋକ୍ତାଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥାଆନ୍ତି । ଏନେଇ PIB ସୂଚନା ଦେଇଛି । ଏହାର ସୋସିଆଲ ମିଡିଆ ଚ୍ୟାନେଲରେ PIB ବ୍ୟବହାରକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । କୌଣସି ଅବାଞ୍ଛିତ ଲିଙ୍କରେ କ୍ଲିକ୍ ନକରିବାକୁ ଏବଂ ଅପରିଚିତ ଫାଇଲ ଡାଉନଲୋଡ୍ କରିବାକୁ ବାରଣ କରିବାକୁ ପରାମର୍ଶ ଦେଇଛି ।

ଅଧିକ ପଢ଼ନ୍ତୁ: ଦାଉ ସାଧୁଛନ୍ତି ସାଇବର ଠକ, ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

Advertisment

PIB ଜୋର ଦେଇ କହିଛି ଯେ, ରିୱାର୍ଡ୍ସ ପାଇଁ SBI କୌଣସି ଲିଙ୍କ୍ କିମ୍ବା APK ଫାଇଲ୍ (ଆଣ୍ଡ୍ରଏଡ୍ ଆପ୍ଲିକେସନ୍ ଫାଇଲ୍) SMS କିମ୍ବା ହ୍ୱାଟସ୍ ଆପ୍ ମାଧ୍ୟମରେ ପଠାଏ ନାହିଁ । ତେଣୁ, ଏପରି ପ୍ରତାରଣାକାରୀ ସ୍କାମ୍ ପାଇଁ ପଡ଼ିବା ପାଇଁ, ସରକାରୀ ଏଜେନ୍ସି ଲୋକମାନଙ୍କୁ ଅଜ୍ଞାତ ନମ୍ବରରୁ ଦୂରେଇ ରହିବାକୁ ଅନୁରୋଧ କରିଛି । ତେବେ ଏହି ଏସବିଆଇ ପୁରସ୍କାର ସ୍କାମ କ’ଣ?

PIB ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ହ୍ୱାଟସ୍ ଆପ୍ ଦ୍ୱାରା ପ୍ରଥମେ ଏକ ଲିଙ୍କ ପଠାଯାଇଥିଲା । ଯେଉଁଥିରେ ଏକ ଲିଙ୍କରେ କ୍ଲିକ କଲେ ୧୮ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା । ଉକ୍ତ ମେସେଜ୍‌ରେ ଏହା ମଧ୍ୟ କୁହାଯାଇଛି ଯେ, ପଏଣ୍ଟଗୁଡିକ ଶୀଘ୍ର ଶେଷ ହୋଇଯିବ । ଫଳରେ ତୁରନ୍ତ ପଦକ୍ଷେପ ନେବାକୁ ଉପଭୋକ୍ତାମାନଙ୍କୁ କୁହାଯାଇଛି ।

ଦିଆ ଯାଇଥିବା ଆପ୍‌କୁ ଡାଉନଲୋଡ କଲେ ଉକ୍ତ ରାଶି ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଦାବି କରାଯାଇଛି । ତେବେ ଏପରି ମେସେଜ୍‌ରୁ ଦୂରେଇ ରହିବାକୁ PIB ପକ୍ଷରୁ ପରାମର୍ଶ ଦିଆଯାଇଛି । ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହିପରି APK ଫାଇଲଗୁଡ଼ିକ ସହଜରେ ମୋବାଇଲକୁ ହ୍ୟାକ୍ କରିନିଅନ୍ତି । ହ୍ୟାକର୍ସମାନଙ୍କୁ ରିମୋଟ ଆକ୍ସେସ୍ ପ୍ରଦାନ କରିଥାଏ ଫଳରେ ବ୍ୟବହାରକାରୀଙ୍କ ଅଜ୍ଞାତରେ ବିଭିନ୍ନ ତଥ୍ୟ ଚୋରି ହୋଇଥାଏ ।

ଏନେଇ ସରକାର ଏବଂ ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଏସବିଆଇ ଗ୍ରାହକ ଏବଂ ସମସ୍ତ ଅନଲାଇନ୍ ବ୍ୟାଙ୍କିଙ୍ଗ ବ୍ୟବହାରକାରୀଙ୍କୁ ସେମାନଙ୍କର ତଥ୍ୟର ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି । ଲିଙ୍କ୍ ଉପରେ କ୍ଲିକ୍ ନକରିବାକୁ, ଏହା ସହ କୌଣସି SMS କିମ୍ବା ହ୍ୱାଟସ୍ ଆପ୍ ମାଧ୍ୟମରେ ପଠାଯାଇଥିବା ଫାଇଲଗୁଡ଼ିକୁ ଡାଉନଲୋଡ୍ ନକରିବାକୁ ପରାମର୍ଶ ଦେଇଛନ୍ତି ।

ଏହା ସହ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍ ପରି ବିଶ୍ୱସ୍ତ ଉତ୍ସରୁ କେବଳ SBI ସମ୍ବନ୍ଧୀୟ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଛି । SBI ରିୱାର୍ଡ୍ସ ପଏଣ୍ଟଗୁଡିକ ପାଇବା ପାଇଁ ଗ୍ରାହକମାନେ ଅଫିସିଆଲ୍ SBI Rewardz ୱେବସାଇଟ୍ (https://www.rewardz.sbi/) ରେ ଲଗ୍ ଇନ୍ କରିପାରିବେ କିମ୍ବା 1800-209-8500 କଲ କରିପାରିବେ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ: ସୁଭଦ୍ରା ଟଙ୍କା ହଡପ ପାଇଁ ମାତିଲେଣି ସାଇବର ଠକ; ଲୁଟି ନେଉଛନ୍ତି ସରକାରୀ ଯୋଜନାରେ ମିଳୁଥିବା ଅର୍ଥ

SBI Cyber Crime Cyber Fraud
Advertisment
Advertisment