Advertisment

Govt Bans 24 OTT Apps: ଅଶ୍ଳୀଳ କଣ୍ଟେଣ୍ଟ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ...ବ୍ୟାନ୍‌ ହେଲା ୨୫ଟି ଆପ୍

ଅଶ୍ଳୀଳ କଣ୍ଟେଣ୍ଟ ଉପରେ ସରକାରୀ ବିଧା। ଆଉ ଦେଖିପାରିବେନି ସଫ୍ଟ ପର୍ଣ୍ଣ ଭିଡିଓ। ଅଶ୍ଳୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ। ବ୍ୟାନ୍‌ ହେଲା ୨୫ଟି ଆପ୍

author-image
Prasan Subudhi
ଅଶ୍ଲୀଳ ଆପ୍ ବ୍ୟାନ୍

ଅଶ୍ଲୀଳ ଆପ୍ ବ୍ୟାନ୍

ଅଶ୍ଳୀଳ ବିଷୟବସ୍ତୁ ଉପରେ ବାଜିଲା ସରକାରୀ ଛାଟ । OTT ପ୍ଲାଟଫର୍ମରେ ଅଶ୍ଳୀଳତା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଅମାନିଆ ଅଶ୍ଳୀଳ ଆପ୍‌ ଉପରେ ଲାଗିଲା ଲଗାମ । ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ୨୫ଟି ପ୍ଲାଟଫର୍ମକୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । ULLU, ALLT, ଦେଶୀଫ୍ଲିକ୍ସ, ବୁମେକ୍ସ, ନୱରସା ଲାଇଟ୍, ଗୁଲାବ ଆପ୍ ଏବଂ ବିଗ୍ ସଟ୍‌ସ୍ ଭଳି ୨୫ଟି ଆପ୍‌ ଏବଂ ୱେବସାଇଟ୍‌କୁ ବ୍ୟାନ୍ କରାଯାଇଛି ।

Advertisment

ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି । ବ୍ୟାନ୍‌ ହୋଇଥିବା ସମସ୍ତ ଆପ୍‌ ଆପତ୍ତିଜନକ ବିଜ୍ଞାପନ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରଣ କରୁଥିଲେ । ଯାହାକି ଭାରତୀୟ ଆଇନର ଉଲ୍ଲଙ୍ଘନ ।

ଦେଶର ଅନେକ ନାଗରିକ ଓ ବିଭିନ୍ନ ସଂଗଠନ ଏହି ସବୁ ଆପ୍‌ ବିରୋଧରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ତଦନ୍ତରୁ ଜଣା ପଡ଼ିଥିଲା ଯେ ଏହି ସବୁ ଆପ୍‌ରେ ୱେବ୍‌ସିରିଜ୍‌ ନାଁରେ ଖୋଲାଖୋଲି ଭାବେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହେଉଛି ।

Advertisment

୧୮ରୁ ଅଧିକ ଓଟିଟି ଚ୍ୟାନେଲର କଣ୍ଟେଣ୍ଟ ଆଇଟି ନିୟମ ୨୦୨୧ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୨/୨୯୩ ଉଲ୍ଲଂଘନ କରୁଛି । ଏହା ଜଣାପଡ଼ିବା ପରେ ସରକାର ଏକ ବିଜ୍ଞପ୍ତି ଜାରି କରି ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ଦେଶବ୍ୟାପୀ ଏପରି ଅଶ୍ଲୀଳ ବିଷୟବସ୍ତୁ ପ୍ରଦର୍ଶନ କରୁଥିବା ୨୫ଟି ୱେବସାଇଟ୍‌କୁ ତୁରନ୍ତ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଓଟିଟି ପ୍ଲାଟଫର୍ମ ଉପରେ ବଡ଼ ଆକ୍ସନ ନେଇଥିଲେ କେନ୍ଦ୍ର ସରକାର । ମାର୍ଚ୍ଚ ମାସରେ ଅଶ୍ଳୀଳ ଓ ଆପତ୍ତିଜନକ କଣ୍ଟେଣ୍ଟ ପାଇଁ ୧୯ଟି ୱେବ୍‌ସାଇଟ୍‌, ୧୦ଟି ଆପ୍‌ ଓ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରିଥିଲେ ।

Web Series Porn Content Porn Sites Ban OTT
Advertisment
Advertisment