Advertisment

ବଡ଼ ପଦକ୍ଷେପ ! ଦେଶରେ ୭୦ ଲକ୍ଷ ମୋବାଇଲ ନମ୍ବର ବନ୍ଦ କଲା କେନ୍ଦ୍ର

ଆଧାର ଜନିତ ପେମେଣ୍ଟ ସେବା ଫ୍ରଡ୍‌ ବାବଦକୁ ନେଇ ମଧ୍ୟ କହିଛନ୍ତି ଶ୍ରୀ ଜୋଶୀ । ସେ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଲୋକଙ୍କ ତଥ୍ୟ ଯେପରି ଚୋରି ନହୁଏ, ସେଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mobile Number Ban

Mobile Number Ban

ଦେଶରେ ବନ୍ଦ ହେଲା ୭୦ ଲକ୍ଷ ମୋବାଇଲ ନମ୍ବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ ବଡ଼ ପଦକ୍ଷେପ ନିଆଯାଇଛି । ଆଉ ଏତେ ବଡ଼ ପଦକ୍ଷେପ ନେବା ପଛର ସବୁଠାରୁ ବଡ଼ କାରଣ ହେଲା, ସାଇବର ଠକେଇକୁ ବ୍ରେକ୍‌ ଦେବା । ୭୦ ଲକ୍ଷ ମୋବାଇଲ ନମ୍ବର ବନ୍ଦ କରାଯାଇଥିବା ନେଇ ଖୋଦ୍‌ ଅର୍ଥନୈତିକ ସେବା ସଚିବ ବିବେକ ଜୋଶୀ ସୂଚନା ଦେଇଛନ୍ତି ।

Advertisment

ବ୍ୟାଙ୍କ ଗୁଡ଼ିକୁ ମଧ୍ୟ ସେମାନଙ୍କ ଡିଜିଟାଲ ସିଷ୍ଟମ୍‌କୁ ଆହୁରି ମଜଭୁତ୍‌ କରିବା ପାଇଁ କୁହାଯାଇଛି । ଯେମିତିକି ସାଇବର ଫ୍ରଡ୍‌କୁ ରୋକାଯାଇପାରିବ । ନିୟମିତ ଭାବେ ଏହି ପ୍ରସଙ୍ଗ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ବଡ଼ ବୈଠକ ଜାନୁଆରୀରେ ହେବ ବୋଲି କହିଛନ୍ତି ସଚିବ ବିବେକ ଜୋଶୀ ।

ଆଧାର ଜନିତ ପେମେଣ୍ଟ ସେବା ଫ୍ରଡ୍‌ ବାବଦକୁ ନେଇ ମଧ୍ୟ କହିଛନ୍ତି ଶ୍ରୀ ଜୋଶୀ । ସେ କହିଛନ୍ତି ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି । ଲୋକଙ୍କ ତଥ୍ୟ ଯେପରି ଚୋରି ନହୁଏ, ସେଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

Advertisment

ଶ୍ରୀ ଜୋଶୀଙ୍କ କହିବାନୁଯାୟୀ, ସାଧାରଣ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯାଇପାରିଲେ ସାଇବର ଫ୍ରଡ୍‌ର ମାତ୍ରା ହାସ ପାଇବ । ଏହା ହିଁ ଏକ ବଡ଼ ବିକଳ୍ପ ।

କିଛି ଦିନ ପୂର୍ବରୁ ସମାନ କଥା କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେକ କହିଥିଲେ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କଲେ ହିଁ ସାଇବର ଫ୍ରଡ୍‌କୁ ବ୍ରେକ୍‌ ଦିଆଯାଇପାରିବ ।

ତେବେ ଏହି ୭୦ ଲକ୍ଷ ମୋବାଇଲ ବନ୍ଦ କରିବା ନେଇ ହୋଇଥିବା ବଡ଼ ବୈଠକରେ ଅର୍ଥନୈତିକ ଶାଖାର ଅନେକ ବରିଷ୍ଠ ଅଧିକାରୀ, ରାଜସ୍ୱ ବିଭାଗ ଅଧିକାରୀ, ଟେଲିକମ୍ ବିଭାଗ ଅଧିକାରୀ, ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରାଳୟର ଅଧିକାରୀ, ଟେଲିକମ ରେଗୁଲେଟୋରୀ କର୍ତ୍ତୃପକ୍ଷ ଆଦି ଉପସ୍ଥିତ ଥିଲେ ।

Cyber Crime Cyber Fraud
Advertisment
Advertisment