Advertisment

GST Slabs: ତମାଖୁରେ ଲାଗିବ ଭାରି GST; ବଢିବ ସିଗାରେଟ୍, ଗୁଟକା, ପାନ ମସଲା

ଦୀପାବଳି ପୂର୍ବରୁ ତମାଖୁ ଉତ୍ପାଦରେ ୪୦ ପ୍ରତିଶତ ଲାଗୁ ହେବ। ଯେଉଁ ସିଗାରେଟ୍ ପ୍ୟାକେଟ୍‌ ୨୫୬ ଟଙ୍କାରେ ମିଳୁଥିଲା ତାହା ୨୮୦ ଟଙ୍କାରେ ମିଳିବ।

author-image
Chinmayee Sahoo
Percentage-GST-Proposed-On-Tobacco,-Pan-Masala

Percentage-GST-Proposed-On-Tobacco,-Pan-Masala

GSTରେ ହେବ ବଡ଼ ପରିବର୍ତ୍ତନ। ସରକାର ୫ପ୍ରତିଶତ ଓ ୧୮ ପ୍ରତିଶତ ଭଳି ଦୁଇଟି ଟିକସ ସ୍ଲାବ୍ ସୁପାରିଶ କରିଛନ୍ତି। ଯେଉଁଥିରେ ତମାଖୁ ଏବଂ ପାନ ମସଲା ଭଳି ପାପ ସାମଗ୍ରୀରେ ୪୦ ପ୍ରତିଶତ GSTର ଲାକୁ ହେବ। ବର୍ତ୍ତମାନ ୫, ୧୨, ୧୮ ଏବଂ ୨୮ ପ୍ରତିଶତ ଭଳି ୪ଟି ଟିକସ ସ୍ଲାବ୍‌ ରହିଛି। ସେପ୍ଟେମ୍ବରରୁ ଏହା ପରିବର୍ତ୍ତନ ହୋଇ ୫ ଓ ୧୮ ପ୍ରତିଶତ ହିସାବରେ ଆଦାୟ ହେବ ବୋଲି ସୁପାରିଶ କରାଯାଇଛି।

Advertisment

ସିଗାରେଟ୍, ତମାଖୁ, ଗୁଟକା, ପାନ ମସଲା ଭଳି ତମାଖୁ ଉତ୍ପାଦ ପାପ ସାମଗ୍ରୀରେ ଯାଉଥିବାରୁ ଏଗୁଡ଼ିକ ଉପରେ ୪୦ ପ୍ରତିଶତ GST ଲାଗୁ ହେବ। ଏହା ଦୀପାବଳି ପୂର୍ବରୁ ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏହି GST ଲାଗୁ ହେବା ପରେ ୨୫୬ ଟଙ୍କାରେ ମିଳୁଥିବା ସିଗାରେଟ୍ ପ୍ୟାକେଟ୍‌ ୨୮୦ ଟଙ୍କା ହୋଇଯିବ। ସେହିପରି ଗୁଟକା, ପାନ ମସଲା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ମଧ୍ୟ ଖୁବ୍ ମହଙ୍ଗା ହୋଇଯିବ। ପୂର୍ବରୁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଉପରେ କ୍ଷତିପୂରଣ ସେସ୍ ଏବଂ ଅନ୍ୟାନ୍ୟ ଟିକସ ସହିତ ୨୮ ପ୍ରତିଶତ GST ଆଦାୟ କରାଯାଉଥିଲା। ଏନେଇ ତମାଖୁ ଉତ୍ପାଦ ଉପରେ ମୋଟ ପରୋକ୍ଷ ଟିକସର ବୋଝ ୫୩ ପ୍ରତିଶତ ହେଉଥିଲା।

Advertisment

ଏହି ସାମଗ୍ରୀ ଉପରେ କ୍ଷତିପୂରଣ ସେସ୍ ୩୧ ମାର୍ଚ୍ଚ ୨୦୨୬ରେ ଶେଷ ହେବାକୁ ଯାଉଛି। ଏପରି ପରିସ୍ଥିତିରେ, ୪୦ ପ୍ରତିଶତ GST ଲାଗୁ କରି, ତମାଖୁ ଉତ୍ପାଦରୁ ରାଜସ୍ୱ ବଜାୟ ରଖାଯାଇପାରିବ। ରିପୋର୍ଟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ତମାଖୁ ଉତ୍ପାଦ ବିକ୍ରୟରୁ ମୋଟ ୭୨,୭୮୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିଥିଲେ।

Tobacco Products Goods And Services Tax
Advertisment
Advertisment