Advertisment

ସାବଧାନ! SBI ନାଁରେ ଆସୁଛି ଫେକ୍ ଏସଏମଏସ...ଲିଙ୍କ କ୍ଲିକ୍ କଲେ ଖାଲିହୋଇଯିବ ଆକାଉଣ୍ଟ

ଅନ୍ୟାନ୍ୟ ବିପଜ୍ଜନକ ଆପଗୁଡ଼ିକ ହେଉଛି: INSECG, CHS-SES, SAAI, SEQUOIA ଏବଂ GOOMI । ଏହି ଆପଗୁଡିକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଅଧୀନରେ ପଞ୍ଜିକୃତ ହୋଇନାହିଁ ।

author-image
Sonali Ojha
ଅଦ୍ୟତନ ହୋଇଛି
SBI

SBI

ଗତବର୍ଷ ଡିସେମ୍ୱର ମାସରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କୁ ଫେକ୍ ଏସଏମଏସ ସ୍କାମ ନେଇ ସତର୍କ କରାଇଥିଲା। ଆକାଉଣ୍ଟରେ ପାନ କାର୍ଡ ଅପଡେଟ୍ କରିବା ପାଇଁ ଏକ ଫେକ୍ ଏସଏମଏସ ଅଫିସିଆଲ୍ ଚ୍ୟାନେଲରୁ ଆସୁଥିବା କହିଥିଲା SBI । ଯଦି ଆକାଉଣ୍ଟଧାରୀ ବ୍ୟକ୍ତି ଏସଏମଏସରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ସେମାନଙ୍କର ପ୍ୟାନ ଅପଡେଟ୍ ନକରନ୍ତି, ତେବେ ସେମାନଙ୍କର SBI YONO ଆକାଉଣ୍ଟକୁ ବନ୍ଦ କରାଯିବ ବୋଲି ଏଥିରେ ଉଲ୍ଲେଖ ଥିଲା। ମାତ୍ର ଏପରି କଲେ ଆକାଉଣ୍ଟ ଖାଲି ହୋଇଯିବ ବୋଲି SBI ପକ୍ଷରୁ ଗ୍ରାହକମାନଙ୍କୁ ସତର୍କ୍ କରିଦିଆଯାଇଛି।

Advertisment

YONO ହେଉଛି SBIର ମୋବାଇଲ୍ ଆପ୍

ଭାରତ ସରକାରଙ୍କ ଫ୍ୟାକ୍ଟ ଚେକ୍ ବିଭାଗ (PIB ଫ୍ୟାକ୍ଟ ଚେକ୍) ମଧ୍ୟ SBI ଗ୍ରାହକମାନଙ୍କୁ ଏଭଳି ଫେକ୍ SMS ନେଇ ଚେତାବନୀ ଦେଇଛି । ଏନେଇ ସୋସିଆଲ୍ ମିଡିଆ Xରେ ଏକ ପୋଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଏସବିଆଇର ନାଁରେ ମିଛ ମେସେଜ୍ ପ୍ରତି ସତର୍କ ରୁହନ୍ତୁ। ଯଦି ସେମାନଙ୍କୁ ପାନ୍ କାର୍ଡ ଅପଡେଟ୍ ନକଲେ ସେମାନଙ୍କର SBI YONO ଆକାଉଣ୍ଟକୁ ବନ୍ଦ କରାଯିବ ବୋଲି SBI ପକ୍ଷରୁ କୌଣସି ଏସଏମଏସ ଆସିଛି ତାହା ମିଛ।

ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ କରୁଥିବା ବିପଜ୍ଜନକ ଆପ୍ ବିଷୟରେ ସରକାର ପୁଣିଥରେ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କୁ ସତର୍କ କରାଇଛନ୍ତି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସାଇବର ଦୋସ୍ତ, ସାଇବର ସେଫଟି ଓ ସାଇବର ସିକ୍ୟୁରିଟି ହ୍ୟାଣ୍ଡେଲରେ ଏହି ଆପଗୁଡ଼ିs ବିଷୟରେ ସଂପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି ।

Advertisment

ନକଲି ବ୍ୟାଙ୍କିଙ୍ଗ୍ ଆପ୍

ୟୁନିୟନ ବ୍ୟାଙ୍କର ନକଲି ଆପ୍ ବିଷୟରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସରକାର ଚେତାବନୀ ଦେଇଛନ୍ତି। Union-Rewards.apk ରେ ସ୍କାମ କରାଯାଉଛି। ଏହି ଆପ୍ ୟୁନିଅନ୍ ବ୍ୟାଙ୍କର ଅଫିସିଆଲ୍ ଆଣ୍ଡ୍ରଏଡ୍ ଆପ୍ ନାଁରେ ଉପଭୋକ୍ତାଙ୍କୁ ରିୱାର୍ଡ ଦେବ ବୋଲି ଦାବି କରୁଛି। ଏହି ସ୍କାମଠାରୁ ଦୂରେଇ ରହିବାକୁ ସାଇବର ଦୋସ୍ତ ଟୁଇଟ୍ କରି ସତର୍କ କରାଇଛି।

ନକଲି ଷ୍ଟକ୍ ଟ୍ରେଡିଂ ଆପ୍

ନକଲି ଷ୍ଟକ୍ ଟ୍ରେଡିଂ ଆପ୍ ଏବେ ଏକ ବଡ଼ ବିପଦ ପାଲଟିଛି । ସାରା ଦେଶରେ ନିରୀହ ଲୋକ ଏହି ଆପ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି। ଭାରତ ସରକାରଙ୍କ ସାଇବର ସେଲ୍ ଆଇଫୋନ୍ ବ୍ୟବହାରକାରୀଙ୍କୁ ଏକ ନକଲି ଷ୍ଟକ୍ ଟ୍ରେଡିଂ ଆପ୍ ବିଷୟରେ ଚେତାବନୀ ଦେଇଛି। ଆପ୍ ନାମ ହେଉଛି Group-S ଆପ୍ । ସେୟାର କରାଯାଇଥିବା ସ୍କ୍ରିନ୍ ସଟ୍ ଅନୁଯାୟୀ ଆପ୍ ର ପ୍ରକାଶକ ହେଉଛି ଚୁ ଚି କ୍ୱୋକ ହୁ ।

ଅନ୍ୟାନ୍ୟ ବିପଜ୍ଜନକ ଆପଗୁଡ଼ିକ ହେଉଛି: INSECG, CHS-SES, SAAI, SEQUOIA ଏବଂ GOOMI । ଏହି ଆପଗୁଡିକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଅଧୀନରେ ପଞ୍ଜିକୃତ ହୋଇନାହିଁ । ସେମାନେ ଉପଭୋକ୍ତାମାନଙ୍କୁ ପଞ୍ଜୀକୃତ କରନ୍ତି ଏବଂ ଠକମାନଙ୍କ ସୁପାରିଶକୁ ଆଧାର କରି ସେମାନଙ୍କୁ ଷ୍ଟକ୍ ଟ୍ରେଡିଂ କରନ୍ତି । ସେୟାର କ୍ରୟ କରିବାର ପରିମାଣ ଠକମାନଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ମାତ୍ର ଏହା କେବଳ ଡିଜିଟାଲ ମାଧ୍ୟମରେ ଦେଖାଯାଏ। ପ୍ରକୃତରେ ସେମାନେ ଟଙ୍କା ଲୁଟ୍ କରିଥାଆନ୍ତି।

SEBI ମଧ୍ୟ ନିବେଶକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛି। SEBIରେ ପଞ୍ଜୀକୃତ FPI କିମ୍ବା FII ମାଧ୍ୟମରେ ଷ୍ଟକ୍ ମାର୍କେଟକୁ ପ୍ରବେଶ ସୁବିଧା କରିବାକୁ ଦାବି କରୁଥିବା କୌଣସି ସୋସିଆଲ୍ ମିଡିଆ ବାର୍ତ୍ତା, ହ୍ୱାଟସ୍ଆପ୍ ଗ୍ରୁପ୍, ଟେଲିଗ୍ରାମ ଚ୍ୟାନେଲ କିମ୍ବା ଆପ୍ ଠାରୁ ଦୂରରେ ରହିବାକୁ ଗ୍ରାହକଙ୍କୁ ସତର୍କ କରାଇଛି।

SBI Fake Apps
Advertisment
Advertisment