• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଢ଼ିଲା ଆଧାର ସଂଶୋଧନ ଅବଧି । ପୁଣି ଥରେ କେନ୍ଦ୍ର ସରକାର ଆଧାର ସଂଶୋଧନ ଅବଧି ବୃଦ୍ଧି କରିଛନ୍ତି । ଡିସେମ୍ବର ୧୪ ପର୍ଯ୍ୟନ୍ତ ଆଧାର ସଂଶୋଧନ ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ପ୍ରଥମେ ଜୁନ୍ ୧୪ ଓ ପରେ ସେପ୍ଟେମ୍ବର ୧୪ ଯାଏଁ ଆଧାର ସଂଶୋଧନ ଅବଧି ବୃଦ୍ଧି କରାଯାଇଥିଲା । ନାଗରିକମାନଙ୍କ ଅଧାର କାର୍ଡ ବିନା ମୂଲ୍ୟରେ ଅପ୍‌ଡେଟ୍‌ କରିବାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ନିଜର ଆଧାର କାର୍ଡରେ ଜଣେ ବ୍ୟକ୍ତି ସମସ୍ତ ସୂଚନା ସଂଶୋଧନ କରିବାକୁ କୁହାଯାଇଥିଲା ।

ବିନାମୂଲ୍ୟରେ ଆଧାର କାର୍ଡ ଅପ୍‌ଡେଟ୍‌ କରିବାକୁ ପୂର୍ବରୁ ଜୁନ୍‌ ୧୪ ତାରିଖ ଯାଏଁ ସମୟ ସୀମା ଦେଇଥିଲେ ସରକାର । ପରେ ଏହାକୁ ସେପ୍ଟେମ୍ବର ୧୪ ଯାଏଁ ବୃଦ୍ଧି କରାଯାଇଥିଲା । ହେଲେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁଣି ଥରେ ଆସନ୍ତା ଡିସେମ୍ବର ୧୪ ତାରିଖ ଯାଏଁ ଏହାକୁ ବୃଦ୍ଧି କରାଯାଇଛି । ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବିନାମୂଲ୍ୟରେ ଅର୍ଥାତ୍‌ ମାଗଣାରେ ନିଜର ଅଧାର ଅପ୍‌ଡେଟ୍‌ କରିପାରିବେ ।

ଏହି ପଦକ୍ଷେପ ହେଉଛି ଡିଜିଟାଲ ଇଣ୍ଡିଆର ଗୋଟିଏ ଅଂଶ । ଯେଉଁଥିରେ UIDAI ଅଧିବାସୀମାନଙ୍କୁ MY Aadhaar ପୋର୍ଟାଲରେ ମାଗଣା ଡକ୍ୟୁମେଣ୍ଟ ଅପଡେଟ୍ ସୁବିଧା ପାଇପାରିବେ । ସାଧାରଣତଃ ଆଧାର କାର୍ଡରେ ସଂଶୋଧନ କରିବାକୁ ହେଲେ ପ୍ରତ୍ୟେକ ବିବରଣୀ ଅପଡେଟ୍ ପାଇଁ ୫୦ ଟଙ୍କା ଖର୍ଚ୍ଚ ହୋଇଥାଏ ।

କାହିଁକି ଜରୁରୀ ଆଧାର ଅପ୍‌ଡେଟ୍‌ ?

ନିଜର ପରିଚୟ ପାଇଁ ଆଧାର କାର୍ଡ ଜରୁରୀ । ଆଧାର କାର୍ଡ ଦ୍ୱାରା ଆପଣ ଅନେକ ସେବା ପାଇପାରିବେ । ଯେପରିକି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆଧାରର ନମ୍ବର ଆବଶ୍ୟକ ପଡ଼ିଥାଏ ।