• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସପ୍ତମ ବେତନ କମିଶନ(7th Pay Commission) ଆଧାରରେ ଦରମା ପାଉଥିବା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ମହଙ୍ଗା ଭତ୍ତା(Dearness Allowance) ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ପୂଜାରେ କେନ୍ଦ୍ର ସରକାର ଏହି ଉପହାର ଦେଇପାରନ୍ତି ବୋଲି କୁହାଯାଉଛି। ମହଙ୍ଗା ଭତ୍ତା ଓ Dearness Reliefର ସଂଶୋଧନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀ ଅପେକ୍ଷା କରିଥିବା ବେଳେ ସରକାର ଏହି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ପ୍ରତ୍ୟେକ ବର୍ଷ ଏହି ସମୟରେ ହିଁ ମହଙ୍ଗା ଭତ୍ତାରେ ବୃଦ୍ଧି ନେଇ ଘୋଷଣା ହୋଇଥାଏ। ତେଣୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରାତ୍ରି ଅବସରରେ ସରକାର DA ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି। ଆଜି ଏସମ୍ପର୍କିତ ଘୋଷଣା ହୋଇପାରେ। ହେଲେ ଏନେଇ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଏହା ସ୍ପଷ୍ଟ ହୋଇନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଦେଶ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବିଦେଶରୁ ଫେରିବା ପରେ ଆଜି କ୍ୟାବିନେଟ୍‌ ବୈଠକ ହୋଇପାରେ। ଯଦିଓ ଏହି କ୍ୟାବିନେଟ୍‌ର ଏଜେଣ୍ଡା ସମ୍ପର୍କରେ କିଛି ଜଣାପଡ଼ିନି, କୁହାଯାଉଛି ଯେ, DA ବୃଦ୍ଧି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇପାରେ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(CPI କିମ୍ବା AICPI) ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀରେ ଲଗାତାର ଭାବେ ସ୍ଥିର ରହିଥିଲା। ତେବେ ମାର୍ଚ୍ଚରେ ଏଥିରେ ବୃଦ୍ଧି ହୋଇଥିଲା। ତେଣୁ କେନ୍ଦ୍ର ସରକାର ପୁଣିଥରେ ମହଙ୍ଗା ଭତ୍ତା ବୃଦ୍ଧି ଲାଗି ନିଷ୍ପତ୍ତି ନେଇପାରନ୍ତି। 

ସୂଚନାଥାଉ କି, ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାର ଜାନୁଆରୀ ୧ ଓ ଜୁଲାଇ ୧ରେ DA ଏବଂ DR ଉପରେ ସଂଶୋଧନ କରିଥାନ୍ତି। ହେଲେ ଏହି ନିଷ୍ପତ୍ତି ସାଧାରଣତଃ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଘୋଷଣା କରାଯାଇଥାଏ। ୨୦୧୯ ମସିହା ଡିସେମ୍ବର ୩୧ ପର୍ଯ୍ୟନ୍ତ 7th Pay Commission ଆଧାରରେ ୧୭% ହିସାବରେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳୁଥିଲା। ଏହାପରେ କୋଭିଡ୍‌ ଯୋଗୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏଥିରେ ଆଉ କୌଣସି ବୃଦ୍ଧି କିମ୍ବା ସଂଶୋଧନ ହୋଇନଥିଲା। ପରେ ୨୦୨୧ ମସିହା ଜୁଲାଇରେ ମହଙ୍ଗା ଭତ୍ତା ୧୧% ବୃଦ୍ଧି ପାଇ ୨୮% କରାଯାଇଥିଲା। ପୁଣି ୨୦୨୧ ମସିହା ଅକ୍ଟୋବରରେ ୩% ବୃଦ୍ଧି କରାଯାଇଥିଲା। ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୨ ମସିହା ଜାନୁଆରୀରେ ମହଙ୍ଗା ଭତ୍ତା ୩% ବୃଦ୍ଧି କରାଯାଇଥିଲା। ଏବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କୁ ୩୪% ଆଧାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି। ଏବେ ପୁଣି ମହଙ୍ଗା ଭତ୍ତା ବୃଦ୍ଧି ପାଇଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। 

ସୂଚନାଥାଉ କି, ନିକଟରେ ଓଡ଼ିଶା ସରକାର ସରକାରୀ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ବଢ଼ାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ଏହା ଜାନୁଆରୀ ମାସରୁ ପିଛିଲା ଭାବରେ ଲାଗୁ କରାଯାଇଛି।