• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଜାଣନ୍ତୁ କେତେ ରହିଛି ସୁନାର ଦାମ୍

ଏବେ ଚାଲିଛି ବିବାହର ଋତୁ । ଆପଣ ନିଶ୍ଚୟ ସୁନା କିଣିବାକୁ ଚାହୁଁଥିବେ । ସୁନା କିଣିବାକୁ ଯିବା ପୂର୍ବରୁ ଜାଣି ନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ ।  ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୮୦ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୫,୫୦୦ ଟଙ୍କା ଓ ୪୯,୬୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫,୧୦୦ ଟଙ୍କା ଓ ୪୯,୦୫୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୪, ୯୮୦ ଟଙ୍କା ଓ ୪୯,୧୦୦ଟଙ୍କା ହୋଇଛି।ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୫,୪୭୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୪୯,୬୧୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୫,୧୦୦ ଟଙ୍କା ଓ ୪୯,୨୦୦ ଟଙ୍କା ରହିଛି ।

ଅନ୍ୟପଟେ ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

gold rate todagold rate toda