Advertisment

Gold Price Today: ରେକର୍ଡ ଛୁଇଁଲା ସୁନା ଦର; ଜାଣନ୍ତୁ ଆଜି କେତେ ରହିଛି

ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯,୬୦୦  ଟଙ୍କା ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ୩୦୦ ଟଙ୍କା ହୋଇଛି ।

ଅଦ୍ୟତନ ହୋଇଛି
Gold rate

Gold rate

Advertisment

ସାରା ବିଶ୍ୱରେ ବର୍ତ୍ତମାନ ଭୁ-ରାଜନୈତିକ ଅବସ୍ଥା ଗମ୍ଭୀର ସ୍ଥିତିରେ ରହିଛି । ବିଶ୍ୱ ସମୁଦାୟର ଏହି ସଙ୍କଟ ବେଳେ ସୁନା ହିଁ ଏକମାତ୍ର ନିବେଶ ଯାହାକୁ ସୁରକ୍ଷିତ ବୋଲି ଭାବୁଛନ୍ତି ନିବେଶକ । ଭାରତରେ ପ୍ରତ୍ୟେକ କ୍ଷେତ୍ରରେ ସୁନାକୁ ଏକ ଶୁଭ ଧାତୁ ଭାବେ ବିବେଚନା କରାଯାଉଥିବା ବେଳେ ଏଭଳି ଅହେତୁକ ସୁନା ଦର ଚିନ୍ତାର କାରଣ ପାଲଟିଛି । ବିଶେଷ କରି ନାରୀମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ସୁନା ଆଭୂଷଣ । ନାରୀମାନଙ୍କ ମଧ୍ୟରେ ସୁନାକୁ ନେଇ ଅହେତୁକ ଦୁର୍ବଳତା ରହିଥାଏ । ହେଲେ ଏବେ ସୁନା କିଣିବା ମାତ୍ରେ ପ୍ରଥମେ ଦର କେତେ ଅଛି ଜାଣିବାକୁ ପଡୁଛି । ସୁନାକୁ ନେଇ ମୂଲ୍ୟ ପ୍ରତିଦିନ ସମାନ ଦର ରହୁନାହିଁ । ରୁୁଷ-ୟୁକ୍ରେନ ଯୁଦ୍ଧ ଓ ଆମେରିକା ସେୟାର ବଜାରରେ ମାନ୍ଦାବସ୍ଥା ପରେ ସୁନା ମୂଲ୍ୟ ପୁଣି ବୃଦ୍ଧି ପାଇଛି ।

Advertisment

ଅଧିକ ପଢ଼ନ୍ତୁ: ୯୦ ହଜାର ଛୁଇଁଲା ସୁନା

ଗତ କାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯ ହଜାର ୧୭୦ ଟଙ୍କା ଥିବା ବେଳେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୪୩୦ ଟଙ୍କା ବୃଦ୍ଧି ପାଇ ୯୯,୬୦୦  ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନା ଦର ଗତ କାଲି ୧୦ ଗ୍ରାମ ପିଛା ୯୦,୯୦୦ ଟଙ୍କା ଥିବା ବେଳେ ଆଜି ୪୦୦ ଟଙ୍କା ବୃଦ୍ଧି ପାଇ ୯୧ ହଜାର ୩୦୦ ଟଙ୍କା ହୋଇଛି । ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୪,୩୮୦ ଟଙ୍କା ଥିବା ବେଳେ ଆଜି ୩୨୦ ଟଙ୍କା ବଢି ୭୪,୭୦୦ ଟଙ୍କାରେ ପହଞ୍ଚିଛି ।

ଜାଣନ୍ତୁ କେଉଁଠି କେତେ ମୂଲ୍ୟ ରହିଛି:-

ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୯୯,୭୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୪୫୦ ଟଙ୍କା (୧୦ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ଟଙ୍କା (୧୦ ଗ୍ରାମ ପିଛା)
ଭୁବନେଶ୍ୱର: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
ଭୁବନେଶ୍ୱରରେ ରୁପା ୧ କେଜି ପିଛା ୧,୦୪,୦୦୦ ଟଙ୍କା ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଗହଣା ସୋ ରୁମରୁ ସୁନା ଚୋରାଉଥିଲା ନିଜେ କର୍ମଚାରୀ !

Gold Price In India Gold Price Increased
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ