Advertisment

Gold Price Today 23rd Jan 2023: ରେକର୍ଡ ସ୍ତର ପାଖାପାଖି ସୁନା ଦର, ୫୭ ହଜାର ଉପରେ ଦାମ୍‌

ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁ ଭାରତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ହୋଇଛି। ଏମିତିରେ ବି ଏବେ ବିବାହ ଋତୁ ଚାଲି ଥିବାରୁ ସୁନାର ଡିମାଣ୍ଡ ମଧ୍ୟ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gold Price Today

Gold Price Today

ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ଯୋଗୁ ଭାରତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ହୋଇଛି। ଏମିତିରେ ବି ଏବେ ବିବାହ ଋତୁ ଚାଲି ଥିବାରୁ ସୁନାର ଡିମାଣ୍ଡ ମଧ୍ୟ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନା ଦରରେ ବୃଦ୍ଧି ହୋଇଛି। ଆଜି ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରର ପାଖାପାଖି ପହଞ୍ଚିଛି। ଶୁକ୍ରବାର ସୁନା ୫୬,୮୫୦ ଟଙ୍କାରେ ପହଞ୍ଚିବା ପରେ MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୦.୧୫% ବୃଦ୍ଧି ପାଇ ୫୬,୭୪୫ ଟଙ୍କା ହୋଇଛି। ସେହିପରି ରୁପା ୦.୬% ବୃଦ୍ଧି ପାଇ ପ୍ରତି କିଲୋକୁ ୬୮,୯୭୦ ଟଙ୍କା ରହିଛି।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୭,୧୧୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୨,୩୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୩୫୦ ଟଙ୍କା ରହିଛି।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍

ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୩୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୭,୧୧୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ରୁପା ପ୍ରତି କିଲୋକୁ ୭୪,୭୦୦ ଟଙ୍କା ରହିଛି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Silver Price Gold Price Today Gold Silver Price
Advertisment
Advertisment