Advertisment

India's Digital Offensive: ଚୀନ୍ ଓ ତୁର୍କୀ ଉପରେ ଭାରତର ଡିଜିଟାଲ ପ୍ରହାର

ଭାରତରେ ଚାଇନାର ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ ଓ 'Xinhua' ସହ ତୁର୍କୀର ସରକାରୀ ସୋସିଆଲ ମିଡିଆ 'TRT World' କୁ ଭାରତ ସରକାର ବ୍ୟାନ କରିଛନ୍ତି ।

ଅଦ୍ୟତନ ହୋଇଛି
Global Times

Global Times

Advertisment

ଭାରତରେ ବ୍ୟାନ ହେଲା ଚାଇନାର ମୁଖପତ୍ର‘ଗ୍ଲୋବାଲ ଟାଇମ୍ସ’ର ଏକ୍ସ ଆକାଉଂଟ । ଅପରେସନ ସିନ୍ଦୂର ବିଷୟରେ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଥିବାରୁ ‘ଗ୍ଲୋବାଲ ଟାଇମ୍ସ’ର ଏକ୍ସ ଆକାଉଂଟକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମେ ଖବରକୁ ସଠିକ କି ନାହିଁ ଜାଣିବା ପରେ ହିଁ ଖବରକୁ ଯାଂଚ କରି ପ୍ରକାଶ କରିବା ପାଇଁ ମେ ୭ରେ ‘ଗ୍ଲୋବାଲ ଟାଇମ୍ସ’କୁ କୁହାଯାଇଥିଲା । ଅନ୍ୟପଟେ ଚୀନର ଆଉ ଏକ ମୁଖପାତ୍ର 'Xinhua' ମଧ୍ୟ ଭାରତରେ ବ୍ୟାନ କରାଯାଇଛି ।

Advertisment

ସେହିପରି ତୁର୍କୀର ସରକାରୀ ସୋସିଆଲ ମିଡିଆ 'TRT World' କୁ ମଧ୍ୟ ଭାରତ ସରକାର ବ୍ୟାନ କରିଛନ୍ତି । ପାକିସ୍ତାନକୁ ସହଯୋଗ  କରୁଥିବା ଖବର ମିଳିବା ପରେ ହିଁ ଭାରତ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି । ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସହଯୋଗ କରିଥିଲା ତୁର୍କୀ । 

ଅଧିକ ପଢନ୍ତୁ:ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା 

ବୁଧବାର ଦିନ ଅରୁଣାଚଳ ପ୍ରଦେଶର କିଛି ଅଂଚଳର ନାମ ପରିବର୍ତନ କରିବାକୁ ଚାହୁଁଥିଲା ଚାଇନା । ଯାହାର ଖବର ପାଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସ୍ୱାଲ ଦୃଢ ଜବାବ ଦେଇଥିଲେ, ଏବଂ କହିଥିଲେ ଯେ, ''ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଆଗକୁ ମଧ୍ୟ ରହିବ ।''

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?

India China Turkey Newspaper
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ