Advertisment

ପୁଣି ବୋରୱେଲରେ ଖସିଲା ଶିଶୁ, ଉଦ୍ଧାର କାର୍ଯ୍ୟରେ ସାମିଲ ହେଲେ ଯବାନ

ଖେଳୁଥିବା ସମୟରେ ଶିଶୁଟି ବୋରୱେଲରେ ଖସିପଡ଼ିଛି। ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Borewell Tragedy

Borewell Tragedy

ପୁଣି ବୋରୱେଲରେ ଖସିଲା ଶିଶୁ । ଗୁଜରାଟ ଦ୍ୱାରକାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦ୍ୱାରକାର ରଣ ଗାଁରେ ଅଢେଇ ବର୍ଷର ଶିଶୁ କନ୍ୟାଟି ବୋରୱେଲରେ ଖସି ପଡ଼ିଛି । ଖେଳୁଥିବା ସମୟରେ ଶିଶୁଟି ବୋରୱେଲରେ ଖସିପଡ଼ିଛି। ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି । ତେବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ଘଟଣାସ୍ଥଳରେ ସେନାର ଯବାନମାନେ ପହଞ୍ଚିଛନ୍ତି ।

Advertisment

ଦେବଭୂମୀ ଦ୍ୱାରକା ଜିଲ୍ଲାପାଳ ଅଶୋକ ଶର୍ମା କହିଛନ୍ତି, ଝିଅଟି ପ୍ରାୟ ୩୦ ଫୁଟ୍‌ ଗଭୀରରେ ଫସି ରହିଛି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ବୋରୱେଲରେ ଅକ୍ସିଜେନ୍‌ ଦେଉଛନ୍ତି। ଏହାସହ ଝିଅଟିକୁ କିପରି ସୁରକ୍ଷିତ ଭାବରେ ବୋରୱେଲ ମଧ୍ୟରୁ ବାହାର କରାଯିବ ସେନେଇ ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment
India News Gujarat Borewell
Advertisment
Advertisment