/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699080980.jpg)
Girl Dies of Cardiac arrest
ପରୀକ୍ଷାକୁ ସମସ୍ତଙ୍କର ଡର ଥାଏ । କିନ୍ତୁ ପରୀକ୍ଷାକୁ ଡରି କାହାର ପ୍ରାଣ ଚାଲି ଯିବାର ଶୁଣିଛନ୍ତି କି ? ରାଜକୋଟରେ ଘଟିଛି ଏପରି ଅଭାବନୀୟ ଘଟଣା । ନବମରେ ପଢ଼ୁଥିବା ଜଣେ ୧୫ ବର୍ଷୀୟ ନାବାଳିକାଙ୍କର ପରୀକ୍ଷା ସେଣ୍ଟରରେ ପଶିବା ସମୟରେ ହିଁ ମୃତ୍ୟୁ ଘଟିଛି ।
ଗତ ଶୁକ୍ରବାର ଦିନ ରାଜକୋଟ ସ୍ଥିତ ଆମେରେଲି ଟାଉନରେ ଘଟିଛି ଏହି ଦୁଃଖଦ ଘଟଣା । ମୃତ ନାବାଳିକା ଛାତ୍ରୀ ଜଣକ ହେଲେ ସାକ୍ଷୀ ରାଜୋସରା । ସେ ଗତ ଶୁକ୍ରବାର ଦିନ ସକାଳେ, ପରୀକ୍ଷା ଦେବାକୁ ଶାନ୍ତବା ଗଜେରା ସ୍କୁଲ ଆସିଥିଲେ । କିନ୍ତୁ ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ତତକ୍ଷଣାତ୍ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ି ଚାଲିଛି ହୃଦଘାତ ସମ୍ପର୍କୀତ ସମସ୍ୟା । ଅତି କମ ବସୟରୁ ଛାତ୍ରଛାତ୍ରୀମାନେ ହୃଦଘାତର ଶିକାର ହୋଇ ଅକାଳରେ ଜୀବନ ହାରୁଛନ୍ତି । ଏଥିପାଇଁ ଅନିୟନ୍ତ୍ରିତ ଜୀବନ ଶୈଳୀ, ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀକୁ ଦାୟୀ କରୁଛନ୍ତି ବିଶେଷଜ୍ଞ ଦଳ ।
ତଥାପି ଚେତୁ ନାହାନ୍ତି ସାଧାରଣ ନାଗରିକ । ସୁଧାରୁ ନାହାନ୍ତି ଜୀବନ ଶୈଳୀ । ଯୁଗ ସହ ତାଳ ଦେଇ ନିଜକୁ ବଦଲାଇବା ବର୍ତ୍ତମାନ ଜରୁରୀ ହୋଇ ପଡ଼ିଛି । ପୁଷ୍ଟିକର ଆହାର ଖାଇବା ସହ ଦୈନିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)