ଆପଣଙ୍କୁ ଜୁସ୍ ପିଇବାକୁ ଭଲ ଲାଗେ କି ? ଆପଣ ବାଟରେ ଥିବା ଜୁସ୍ ଦୋକାନରୁ କେବେ ପିଇଛନ୍ତି କି ? ଯଦି ଏମିତି ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜୁସ୍ରେ ଜଣେ ଦୋକାନୀ ମିଶାଉଛନ୍ତି ପରିସ୍ରା । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ।
ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳର ଏକ ଦୋକାନରେ । ଦୋକାନୀ ଜଣକ ଫଳ ରସରେ ପରିସ୍ରା ମିଶାଇ ଗ୍ରାହକଙ୍କୁ ଦେଉଥିଲେ । ତେବେ ଘଟଣା ଜଣାପଡ଼ିବା ପରେ ଦୋକାନୀକୁ ଗିରଫ କରିଛି ପୋଲିସ । ଦୋକାନରୁ ୧ ଲିଟରୁ ଅଧିକ ପରିସ୍ରା ଜବତ ମଧ୍ୟ କରିଛି ପୋଲିସ । ଘଟଣା ଜଣାପଡ଼ିବା ପରେ ଏଥିରେ ରାଗି ଯାଇ ଲୋକ ଦୋକାନୀକୁ ପ୍ରବଳ ମାତ୍ରରେ ମାଡ଼ ମଧ୍ୟ ମାରିଛନ୍ତି ।
Also Read
ଗତ କିଛି ଦିନ ହେବ ଫଳ ରସ ପିଇବାକୁ ଦୋକାନକୁ ଆସୁଥିବା ଲୋକମାନେ ମଧ୍ୟ ଅଭିଯୋଗ କରିଥିଲେ ଯେ, ସେମାନେ ଫଳ ରସ ପିଇବା ସମୟରେ ଲୁଣିଆ ଲୁଣିଆ ଅନୁଭବ କରୁଥିଲେ ବୋଲି । କିନ୍ତୁ ଜାଣି ନଥିଲେ ଯେ ସେମାନଙ୍କୁ ପରିସ୍ରା ମିଶାଇ ଏମିତି ଦେଉଥିବେ ବୋଲି ।
ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଜୁସ୍ ପିଇବା ପାଇଁ ଦୋକାନରେ ପହଞ୍ଚି ପିଇବା ପରେ ଜୁସ୍ରେ କିଛି ମିଶା ହୋଇଛି ବୋଲି ଅନୁଭବ କରିଥିଲେ । ଯେତେବେଳେ ଦୋକାନୀଙ୍କୁ ଏ ବିଷୟରେ ପଚରିଥିଲେ, ସେ କହିଥିଲେ ଯେ ଜୁସ୍ର ସ୍ୱାଦ ହିଁ ଏମିତି । କିନ୍ତୁ ବ୍ୟକ୍ତି ଜଣଙ୍କର ସନ୍ଦେହ ବଢିଥିଲା, ସେ ଦୋକାନ ଭିତରକୁ ଗଲେ । ଦୋକାନ ଭିତରେ ଏକ ବୋତଲରେ ମଣିଷ ପରିସ୍ରା ପାଇଥିଲେ । ଏହା ପରେ ଦୋକାନୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ଲୋକ । ଯାହାଫଳରେ ଦୋକାନୀ ଜଣଙ୍କ ସ୍ବୀକାର କରିଥିଲେ ଯେ, ଜୁସ୍ରେ ପରିସ୍ରା ମିଶାଇ ବିକ୍ରି କରୁଛନ୍ତି ବୋଲି ।
UP: In Ghaziabad, urine was being mixed in juice and given to customers. Police arrested the shop owners, About one liter of urine was recovered from the shop. The public beat up both the accused.
— Ghar Ke Kalesh (@gharkekalesh) September 14, 2024
pic.twitter.com/2MYxLqAWYY
ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ଏହାପରେ ହଠାତ୍ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ୧ ଲିଟର ପରିସ୍ରା ଥିବା ବେଳେ ତାହାକୁ ଜବତ କରାଯାଇଛି । ଏନେଇ ଦୋକାନୀଙ୍କୁ ପଚରାଉଚରା କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।