/odishatv-khabar/media/post_attachments/uploadimage/library/16_9/16_9_0/Kargil_War_1725791965.jpg)
Kargil War
୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ । ୧୯୯୯ କାର୍ଗିଲ ଯୁଦ୍ଧରେ ନିଜ ଦେଶର ସୈନିକ ନିହତ ହୋଇଥିଲେ । ପ୍ରଥମ ଥର ଏକଥା କବୁଲ କରିଛି ପାକିସ୍ତାନ । କାର୍ଗିଲ ଯୁଦ୍ଧରେ ଭୂମିକା ଓ ସୈନିକଙ୍କ ମୃତ୍ୟୁ କଥାକୁ ମାନିଛି ପାକିସ୍ତାନ । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ପ୍ରତିରକ୍ଷା ଦିବସ ପାଳନ ଅବସରରେ କାର୍ଗିଲ ଯୁଦ୍ଧରେ ସୈନିକଙ୍କ ମୃତ୍ୟୁ ହୋଇଥିବା ମାନିଛନ୍ତି ।
ସେ କହିଥିଲେ, ଭାରତ ବିପକ୍ଷ କାର୍ଗିଲ ଯୁଦ୍ଧରେ ପାକିସ୍ତାନର ବହୁ ସୈନ୍ୟ ନିହତ ହୋଇଥିଲେ । କେବଳ କାର୍ଗିଲ ନୁହେଁ ୧୯୪୮, ୧୯୬୫ ଓ ୧୯୭୧ ଯୁଦ୍ଧରେ ବି ପାକିସ୍ତାନର ହଜାର ହଜାର ସୈନ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି । ସେମାନଙ୍କୁ ସମ୍ମାନ ଦେବା ଅବସରରେ ଏକଥା କହିଥିଲେ ପାକିସ୍ତାନ ସେନା ମୁଖ୍ୟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ପୂର୍ବରୁ ଇସଲାମାବାଦ କାର୍ଗିଲ ଯୁଦ୍ଧରେ ପ୍ରତ୍ୟକ୍ଷ ଭୂମିକାକୁ କେବେ ବି ମାନି ନଥିଲା । ଅନୁପ୍ରବେଶକାରୀଙ୍କୁ କାଶ୍ମୀର ସ୍ୱାଧୀନତା ସଂଗ୍ରାମୀ କିମ୍ବା ମୁଜାହିଦ୍ଦିନ ବୋଲି କହି ଆସୁଥିଲା । ଏବେ ସାର୍ବଜନୀକ ଭାବରେ ସତ ମାନିଛି ପାକିସ୍ତାନ । କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ତିନି ମାସର ଲମ୍ବା ଲଢ଼େଇ ପରେ ଟାଇଗର ହିଲ ସମେତ କାର୍ଗିଲ ସେକ୍ଟରରେ ଏଲଓସିରେ ଅନୁପ୍ରବେଶକାରୀ କବଜା କରିଥିବା ସ୍ଥାନକୁ ନିଜ ଦଖଲକୁ ଆଣିଥିଲା ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)