ହିଣ୍ଡେନ୍‌ବର୍ଗ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଦାନି ଗ୍ରୁପ ସ୍ୱାଗତ କରିଛି । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ସରିବ ।

Gautam Adani

ଅଦାନି ଗ୍ରୁପ ଉପରେ ହିଣ୍ଡେନବର୍ଗ ସଂସ୍ଥା ପକ୍ଷରୁ ଜାଲିଆତିର ଯେଉଁ ଅଭିଯୋଗ ଆସିଛି, ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ୬ ଜଣିଆ କମିଟି ଗଠନ କରାଯାଇଛି । କମିଟିର ଅଧ୍ୟକ୍ଷ ରହିବେ ଅବସରପ୍ରାପ୍ତ ବିଚାରପତି ମନୋହର ସାପ୍ରେ । କମିଟିର ଅନ୍ୟ ସଦସ୍ୟ ହେଲେ ଭେଟେରାନ ବ୍ୟାଙ୍କର କେଭି କାମାଥ, ପୂର୍ବତନ ସେବି ଚେୟାରମ୍ୟାନ ଓପି ବଟ୍ଟ, ଇନଫୋସିସର ପୂର୍ବତନ ଚେୟାରମ୍ୟାନ ନନ୍ଦନ ନିଲେକାନି, ଓକିଲ ସୋମଶେଖର ସୁନ୍ଦରସେନ ଓ ଅବସରପ୍ରାପ୍ତ ବିଚାରପତି ଜେପି ଦେବଧର ।

ଅଧିକ ପଢ଼ନ୍ତୁ: ନିର୍ବାଚନ କମିଶନ ଚୟନ ଲାଗି ପ୍ୟାନେଲ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏହି କମିଟି ପୁରା ପରିସ୍ଥିତିର ଅନୁଧ୍ୟାନ କରିବ, ବର୍ତ୍ତମାନର ରେଗୁଲେଟୋରି ବ୍ୟବସ୍ଥା କେମିତି ସୁଦୃଢ଼ ହେବ, ସେଥିପାଇଁ ପରାମର୍ଶ ଦେବ । ଏହା ସହିତ
ଇନଭେଷ୍ଟରଙ୍କୁ ମଧ୍ୟ କେମିତି ଅଧିକ ସଚେତନ କରାଯିବ, ତାର ବ୍ୟବସ୍ଥା କରିବ । ସେବି ଏହି ଅଭିଯୋଗର ତଦନ୍ତ ୨ ମାସ ଭିତରେ ଶେଷ କରି ଏକ ଷ୍ଟାଟସ୍ ରିପୋର୍ଟ ଦେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଦାନି ଗ୍ରୁପ ସ୍ୱାଗତ କରିଛି । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ସରିବ । ଏହାସହ ସତ୍ୟର ବିଜୟ ହେବ ବୋଲି ଟ୍ୱିଟ କରିଛନ୍ତି ଅଦାନି ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନି ।