Advertisment

G20 Summit: G20 ଗ୍ରାଣ୍ଡ ଡିନର ପାର୍ଟି, କାହାକୁ ଡକାଯାଇଛି, କାହାକୁ ଡକାଯାଇନି... ?

ପାଖାପାଖି ୫୦ ବର୍ଷର ରାଜନୀତି ଅଭିଜ୍ଞତା ରଖିଥିବା ଖଡ଼ଗେ ଏବେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦବୀ ମଣ୍ଡନ କରୁଛନ୍ତି । ଏହା ଏକ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ଏତେ ବଡ଼ ପାହ୍ୟାରେ ରହିଥିଲେ ବି ତାଙ୍କୁ ଡିନର ପାର୍ଟିକୁ ଡକାଯାଇନାହିଁ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
G20 Summit

G20 Summit

G20 ସମ୍ମିଳନୀକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା । ଖାଲି ଦେଶ ନୁହେଁ ସାରା ବିଶ୍ୱରେ G20 ଓ ଭାରତକୁ ନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ରାଜଧାନୀ ଦିଲ୍ଲୀକୁ ନବ ବଧୁ ଭଳି ସଜାଯାଇଛି । ବିଦେଶୀ ଅତିଥିଙ୍କୁ ସ୍ୱାଗତ ପାଇଁ ନାନା ପ୍ରକାର ଆୟୋଜନ କରାଯାଇଛି । ଅତିଥିଙ୍କର ଯେଭଳି କୌଣସି ପ୍ରକାର ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ।

Advertisment

ତେବେ ଏହି G20 ସମ୍ମିଳନୀ ଅବସରରେ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଗ୍ରାଣ୍ଡ ଡିନର ପାର୍ଟି ଡାକିଥିଲେ । ଆଉ ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । କାରଣ ଏହି ଗ୍ରାଣ୍ଡ ଡିନର ପାର୍ଟିକୁ ଡକାଯାଇନଥିଲା ଖଡ଼ଗେଙ୍କୁ । ଆଜ୍ଞା ହଁ । ମଲ୍ଲିକାର୍ଜୁନ ଖଡ଼ଗେ । ଏହି ନାଁକୁ ଏବେ କିଏ ବା ନଜାଣେ । କାରଣ ସେ ହେଉଛନ୍ତି ଜାତୀୟ କଂଗ୍ରେସ ସଭାପତି । ପାଖାପାଖି ୫୦ ବର୍ଷର ରାଜନୀତି ଅଭିଜ୍ଞତା ରଖିଥିବା ଖଡ଼ଗେ ଏବେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦବୀ ମଣ୍ଡନ କରୁଛନ୍ତି । ଏହା ଏକ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ଏତେ ବଡ଼ ପାହ୍ୟାରେ ରହିଥିଲେ ବି ତାଙ୍କୁ ଡିନର ପାର୍ଟିକୁ ଡକାଯାଇନାହିଁ।

ଦେଶର ସବୁ ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସବୁ ସଚିବଙ୍କୁ ଏହି ଡିନର ପାର୍ଟିକୁ ଡକାଯାଇଛି। ଖାଲି ସେତିକି ନୁହେଁ ଅନ୍ୟ ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଏହି ଡିନର ପାର୍ଟିକୁ ନିମନ୍ତ୍ରଣ କରାଯାଇଛି । ହେଲେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେଙ୍କୁ ଡକାଯାଇନାହିଁ । ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ୍‌ଡି ଦେବେ ଗୌଡ଼ାଙ୍କୁ ବି ନିମନ୍ତ୍ରଣ ରହିଛି ।

Advertisment

ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ବି ଏହି ଡିନର ପାର୍ଟିକୁ ଡକାଯାଇଛି । ହେମନ୍ତ ସୋରେନ୍‌, ମମତା ବାନାର୍ଜୀ, ଏମ୍‌ କେ ଷ୍ଟାଲିନ୍‌, ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମାନ୍‌ଙ୍କ ଭଳି ବିରୋଧୀ ନେତାଙ୍କୁ ବି ଡାକିଛନ୍ତି ରାଷ୍ଟ୍ରପତି । ଏହି ନେତାମାନେ ଡିନର ପାର୍ଟିରେ ଯୋଗଦେବେ ବୋଲି ମଧ୍ୟ ସ୍ପଷ୍ଟ ଭାବେ ଜଣାଇଛନ୍ତି ।

ଏହି ଗ୍ରାଣ୍ଡ ଡିନର ପାର୍ଟି ଭାରତ ମଣ୍ଡପମ୍‌ର ମଲ୍ଟି ଫଙ୍କସନ୍‌ ହଲ୍‌ରେ ଆୟୋଜନ କରାଯାଇଛି ।

President Of India G20
Advertisment
Advertisment