ଆଜି କାଶ୍ମୀରରେ ଜି -୨୦ ବୈଠକର ଦ୍ୱିତୀୟ ଦିନ । ବୈଠକରେ ଯୋଗଦେବା ପାଇଁ ୨୯ଟି ଦେଶର ୬୧ ପ୍ରତିନିଧି (G20 Delegates) ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଜି-୨୦ରେ ଯୋଗଦେବାକୁ ଆସିଥିବା ଅତିଥିମାନଙ୍କୁ ଭାରତୀୟ ପରମ୍ପରା ଏବଂ ସଂସ୍କୃତି ଅନୁଯାୟୀ ସ୍ୱାଗତ କରାଯାଇଛି । ତେବେ ସୁନ୍ଦୀର କାଶ୍ମୀରର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଭାରତ ଆସିଥିବା ବିଦେଶୀ ଅତିଥିମାନେ ଶିକାରା(Shikara Ride )ରେ ବୁଲାବୁଲି କରିଛନ୍ତି । ଭାରତର ଭୂସ୍ୱର୍ଗ ବୋଲାଉଥିବା କାଶ୍ମୀରର ସୌନ୍ଦର୍ଯ୍ୟ ଉପରେ କେତେ ଯେ ବହି ଲେଖାଯାଇଛି ଏବଂ ଚଳଚ୍ଚିତ୍ର ତିଆରି ହୋଇଛି । ସ୍ୱିଜରଲ୍ୟାଣ୍ଡ, ମାଲଦ୍ୱୀପ କିମ୍ବା କୌଣସି ବିଦେଶୀ ପର୍ଯ୍ୟଟନ ସ୍ଥାନ ତୁଳନାରେ କାଶ୍ମୀର ଅଧିକ ସୁନ୍ଦରୀ ।
ଅଧିକ ପଢ଼ନ୍ତୁ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍ ଖାଇଲେ ମୋଦି
Also Read
On the first day of the #TWG meeting the #G20 delegates enjoyed #shikhara ride at the world famous Dal Lake in #Srinagar #TWG #G20Kashmir #dallakesrinagar @PIBSrinagar @tourismgoi @MinOfCultureGoI @kishanreddybjp @diprjk @JandKTourism pic.twitter.com/TV2rT2Uga1
— G20 Bharat (@G20_Bharat) May 22, 2023
କାଶ୍ମୀର ଆସିଥିବା ବିଦେଶୀ ଅତିଥିମାନେ ଶ୍ରୀନଗରର ଡାଲ୍ ହ୍ରଦ(Shikara Ride )ରେ ଶିକାରାରେ ବୁଲାବୁଲି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତାଙ୍କ ମୁହଁରେ ହସ ଦେଖି ଜଣାପଡ଼ୁଛି, ସେମାନେ ଏହାକୁ ଖୁବ୍ ଉପଭୋଗ କରିଛନ୍ତି । ଶିକରା ଏକ ଡଙ୍ଗା ପରି, ଯାହାକୁ ଅତି ସୁନ୍ଦର ଭାବରେ ସଜାଯାଇଥାଏ । ଏଥିରେ ଲାଗିଥିବା ରଙ୍ଗୀନ ଲାଇଟ୍ ବୁଲିବାର ମଜାକୁ ଦୁଇଗୁଣ କରୁଥିବା ବେଳେ ରାତିରେ ଆହୁରି ସୁନ୍ଦର କରିଦିଏ ।
ଜାମ୍ମୁ କାଶ୍ମୀରକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ମଧ୍ୟରେ ଶିକାରାରେ ଭ୍ରମଣ କରିବା ପାଇଁ ଅହେତୁକ ଦୁର୍ବଳତା ଦେଖିବାକୁ ମିଳେ । ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଶ୍ଚିତ ଭାବରେ ଶିକାରାରେ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ହ୍ରଦ ମଝିରେ ଏକ ସଜ୍ଜିତ ଡଙ୍ଗାରେ ବସି ସୁନ୍ଦୀର କାଶ୍ମୀରର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଏକ ନିଆରା ଅନୁଭୂତି । ହାଲୁକା ପବନ ସାଙ୍ଗକୁ ଧୀରେ ଧୀରେ ଚାଲୁଥିବା ଡଙ୍ଗା ଓ ସନ୍ଧ୍ୟାର ସହର . . ..ଲାଗିବ ଯେପରି ସ୍ୱପ୍ନର ରାଇଜରେ ପହଞ୍ଚି ଯାଇଛନ୍ତି . . . ।
#WATCH | J&K: G20 delegates enjoy shikara ride at Dal Lake in Srinagar.#G20InKashmir pic.twitter.com/1BGoomoDnl
— ANI (@ANI) May 22, 2023
ସୂଚନାଯୋଗ୍ୟ ଗତକାଲି ଠାରୁ କାଶ୍ମୀରର ଶ୍ରୀନଗରରେ ଆରମ୍ଭ ହୋଇଛି ଜି-୨୦ ବୈଠକ । ହେଲେ ଭାରତର ଉଭୟ ପଡ଼ୋଶୀ ଚୀନ ଓ ପାକିସ୍ତାନ ଏହାକୁ ପ୍ରବଳ ବିରୋଧ କରୁଛନ୍ତି । ବିଶେଷ କରି ଶ୍ରୀନଗରରେ ଏହାକୁ ଆୟୋଜନ କରିବାକୁ ପାକିସ୍ତାନ ଆପତ୍ତି କରିଛି । ଏହାକୁ ନେଇ ପାକିସ୍ତାନ ମଧ୍ୟ ମିଛ ପ୍ରଚାର ଆରମ୍ଭ କରିଦେଇଛି । ସେହିପରି ଚୀନ ଏଥିରେ ଯୋଗ ଦେବାକୁ ମନା କରିଦେଇଛି ।