Advertisment

ଆପଣଙ୍କ ଗାଡ଼ିର ଚାଲାଣ କଟିଛି କି ? କେମିତି ଜାଣିବେ...

ଟ୍ରାଫିକ ନିୟମ ଉଲ୍ଲଘନକାରୀଙ୍କୁ ସାବାଡ଼ କରିବା ପାଇଁ ଏବେ ଇ-ଚାଲାଣ କଟାଯାଉଛି। ହେଲେ ଅନେକ କାରଣରୁ ଚାଲାଣ SMS ମୋବାଇଲକୁ ଆସିପାରିନଥାଏ କିମ୍ବା SMS ଆସିଥିଲେ ବି ଆପଣ ଜାଣିପାରିନଥିବେ, ଏଭଳି ‍‍କ୍ଷେତ୍ରରେ challan ସମ୍ପର୍କରେ କେମିତି ଜାଣିବେ?

author-image
Chandan Shishu
ଅଦ୍ୟତନ ହୋଇଛି
Follow the Steps How to check pending challans on your vehicle

Follow the Steps How to check pending challans on your vehicle

ସଡ଼କ ସୁରକ୍ଷା ଏବେ ସାରା ଦେଶରେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ଦିନ ଭୟଙ୍କର ଦୁର୍ଘଟଣାର ଚିତ୍ର ସାମନାକୁ ଆସୁଛି। ସେପଟେ ସଡକ ସୁରକ୍ଷା ସଚେତନତା ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ। ତେବେ ନିକଟରେ ସଡ଼କ ସୁରକ୍ଷା ଓ ଏହାର ନିୟମକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ମୋଟର ଭେଇକିଲ ଆକ୍ଟରେ ସଂଶୋଧନ କରାଯାଇଥିଲା। 

Advertisment

ଟ୍ରାଫିକ ନିୟମ ଉଲ୍ଲଘନକାରୀଙ୍କୁ ସାବାଡ଼ କରିବା ପାଇଁ ଏବେ ଇ-ଚାଲାଣ କଟାଯାଉଛି। ଯେପରିକି ଓଭର ସ୍ପିଡରେ ଗାଡ଼ି ଚାଳନା, ନାଲି ଆଲୁଅକୁ ନମାନିବା, ଠିକ୍‌ ସ୍ଥାନରେ ପାର୍କିଂ ନକରିବା, ବୈଧ ଲାଇସେନ୍ସ ନଥାଇ ଗାଡ଼ିଚାଳନା ପରି ଅନେକ ନିୟମ ଭାଙ୍ଗୁଥିବା ଚାଳକ କିମ୍ବା ଗାଡ଼ିମାଲିକଙ୍କ ଇ-ଚାଲାଣ ଦିଆଯାଉଛି। ଏହା ଟ୍ରାଫିକ୍‌ କ୍ୟାମେରା କିମ୍ବା ଡିଟେକ୍ଟ ଡିଭାଇସ ଦ୍ୱାରା ଧରାଯାଇ ଉଲ୍ଲଂଘନକାରୀଙ୍କ ନିକଟକୁ SMS ପଠାଯାଏ। ଆପଣଙ୍କ ନିକଟକୁ ମେସେଜ୍‌ ଆସିଥିଲେ ହୁଏତ ଆପଣ ଦେଖିନଥାଇପାରନ୍ତି, ତେବେ ଆପଣଙ୍କ ଇ-ଚାଲାଣ କଟାଯାଇଛି କି ନାହିଁ କିମ୍ବା ବକେୟା ରହିଥିବା ଚାଲାଣ ସମ୍ପର୍କରେ କେମିତି ଜାଣିବେ-

  1.  https://echallan.parivahan.gov.in କୁ ଲଗ୍‌ ଇନ କରନ୍ତୁ
  2. Get Challan Detailsରେ କ୍ଲିକ୍‌ କରନ୍ତୁ 
  3. ଏହାପରେ ଆପଣଙ୍କ ଗାଡ଼ିର ସବିଶେଷ ବିବରଣୀ ଦିଅନ୍ତୁ। (ରେଜିଷ୍ଟ୍ରେସନ ନମ୍ବର, ଚେସିସ ନମ୍ବର ଓ ଇଂଜିନ ନମ୍ବର)
  4. ସବୁ ବିବରଣୀ ଦେବାପରେ Challan Detailsରେ ଚେକ୍‌ କରନ୍ତୁ
  5. ରେଜିଷ୍ଟ୍ରେସନ ନମ୍ବର, ଚେସିସ ନମ୍ବର ଓ ଇଂଜିନ ନମ୍ବର ଦେବପରେ ଆପଣଙ୍କୁ ଭେରିଫିକେସନ୍ କୋଡ୍‌ ଓ ଶେଷରେ Get Detailsକୁ କ୍ଲିକ୍‌ କରନ୍ତୁ। 
Advertisment

e-challan ଚେକ୍‌ କରନ୍ତୁ:- 

ଏହାର ପରବର୍ତ୍ତୀ ପେଜ୍‌ରେ ଇ-ଚାଲାଣ ସମ୍ପର୍କରେ ଦେଖାଇବ। ଆପଣ ଚାହିଁଲେ ବକେୟା ଚାଲାଣ ଦେଖିପାରିବେ। ଯଦି ଆପଣଙ୍କ ବକେୟା ଚାଲାଣ ରହିଥାଏ, ତେବେ ଚେକ୍‌ କରିପାରିବେ। କେବଳ ସେତିକି ନୁହେଁ, କେଉଁ ସ୍ଥାନରେ କି ପ୍ରକାରର ଉଲ୍ଲଘନ କରିଛନ୍ତି ତାହା ମଧ୍ୟ ଦର୍ଶାଇବ। ଏହାର ଫଟୋ ପ୍ରମାଣ ମଧ୍ୟ ଆପଣ ଡିସ୍‌ପ୍ଲେରେ ଦେଖିପାରିବେ। 

ଚାଲାଣ ପେମେଣ୍ଟ କେମିତି କରିବେ:

ଚାଲାଣ କଟିଥିଲେ ଏହି ପୋର୍ଟାଲରେ ଆପଣ ପେମେଣ୍ଟ କରିପାରିବେ। Pay Nowକୁ  କ୍ଲିକ୍‌ କରି ଅନ୍‌ଲାଇନ୍‌ରେ ପେମେଣ୍ଟ କରିପାରିବେ। 

Traffic Rules Road Safety Traffic Violators
Advertisment
Advertisment