Advertisment

ଏଥର ବି ଶାଢ଼ିକୁ ନେଇ ଚର୍ଚ୍ଚା ! ରାଷ୍ଟ୍ରପତି-ଅର୍ଥମନ୍ତ୍ରୀ ପିନ୍ଧିଲେ ଦେଶୀ ଶାଢ଼ି...

ସୀତାରମଣ ସବୁବେଳେ ନିଜ ଶାଢ଼ି ଓ ତାଙ୍କ ଲୁକ୍‌ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ଅଦ୍ୟତନ ହୋଇଛି
Sitharaman Wears Traditional Temple Border Red Saree

President Draupadi Murmu

Advertisment

ଏଥର ବି ଶାଢ଼ିକୁ ନେଇ ଖୁବ୍‌ ଚର୍ଚ୍ଚା । ମ୍ୟାଚିଂ ଶାଢ଼ିରେ ନଜର ଆସିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଥିବା ବେଳେ ପୁଣି ଥରେ ତାଙ୍କ ଶାଢ଼ିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଏଥର ବି ସେହି ପାରମ୍ପରିକ ଶାଢ଼ିରେ ନଜର ଆସିଛନ୍ତି । ତାଙ୍କ ବଜେଟ୍ ଖାତା ବହି ସହ ମ୍ୟାଚ୍‌ କରି ସେ ଶାଢ଼ି ପିନ୍ଧିଛନ୍ତି । ଟେମ୍ପୁଲ ବର୍ଡର ଥିବା ଦେଶୀ ଶାଢ଼ି ପିନ୍ଧିବାକୁ ତାଙ୍କୁ ଭଲ ଲାଗେ ବୋଲି ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଆଉ ଏଥର ସେ ସେହି ଟେମ୍ପୁଲ ବର୍ଡର ଶାଢ଼ି ମଧ୍ୟ ପିନ୍ଧିଛନ୍ତି । ସୀତାରମଣ ସବୁବେଳେ ନିଜ ଶାଢ଼ି ଓ ତାଙ୍କ ଲୁକ୍‌ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

Advertisment

ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶୀ ଶାଢ଼ିରେ ନଜର ଆସିଛନ୍ତି । ରାଷ୍ଟ୍ରପତି ଯେକୌଣସି ବଡ଼ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଆନ୍ତି ସେତେବେଳେ ଓଡ଼ିଶାର ଟସର ସିଲ୍କ ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି । ତାଙ୍କୁ ଏହି ଦେଶୀ ଶାଢ଼ି ପିନ୍ଧିବାକୁ ଖୁବ୍‌ ଭଲ ଲାଗେ । ରାଷ୍ଟ୍ରପତି ଭାବେ ଶପଥ ନେବା ଦିନ ମଧ୍ୟ ସେ ଓଡ଼ିଶାରେ ତିଆରି ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ । ଆଜି ବଜେଟ୍ ୨୦୨୩ ଉପସ୍ଥାପନ ପୂର୍ବରୁ ମଧ୍ୟ ତାଙ୍କୁ ସେହି ଟସର ସିଲ୍କ ଶାଢ଼ିରେ ଦେଖିବାକୁ ମିଳିଥିଲା ।

ଗୋଟିଏ ପଟେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦେଶୀ ଶାଢ଼ିକୁ ଅଧିକ ପ୍ରୋତ୍ସାହିତ କରୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶୀ ଶାଢ଼ି ପିନ୍ଧିବାକୁ ଖୁବ୍‌ ପସନ୍ଦ କରନ୍ତି । ବଜେଟ ଉପସ୍ଥାପନ ପୂର୍ବରୁ ଉଭୟ ଏହି ପାରମ୍ପରିକ ଶାଢ଼ି ପିନ୍ଧି ଫଟୋ ସୁଟ୍‌ ମଧ୍ୟ କରିଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । 

Advertisment

ତେବେ ଆଜି ସୀତାରମଣ ନାଲି ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ସେଥିରେ କଳା ରଙ୍ଗର ବର୍ଡର ରହିଛି । ଏହାସହ ସେଥିରେ ଗୋଲ୍ଡେନ୍‌ ରଙ୍ଗର କାମ ମଧ୍ୟ କରାଯାଇଛି । ସେଥିରେ ସୁନ୍ଦର ସୁନ୍ଦର ତାରା ଚିତ୍ର ମଧ୍ୟ କରାଯାଇଛି । ଯାହାକି ଶାଢ଼ିର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି ।

ଅଧିକ ପଢ଼ନ୍ତୁ: ସିକଲ ସେଲ୍‌ ଆନେମିଆ ରୋଗ ନାଶ ପାଇଁ କେନ୍ଦ୍ରର ବଡ଼ ବଜେଟ, ଖୋଲିବ ୧୫୭ ନର୍ସିଂ କଲେଜ

Advertisment

ଅନ୍ୟପଟେ ଯେବେଠାରୁ (୨୦୧୯) ସେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସେବେଠାରୁ ସେ ଦେଶୀ ତଥା ପାରମ୍ପରିକ ଶାଢ଼ିକୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି । ଏଥର ବଜେଟ ଏବଂ ଗତଥର ବଜେଟ୍‌ ଉପସ୍ଥାପନ ବେଳେ ଏଭଳି ପାରମ୍ପରିକ ଶାଢ଼ି ପିନ୍ଧି ସେ ଏହାକୁ ପ୍ରମାଣ ମଧ୍ୟ କରିଛନ୍ତି ।

ହାତରେ ନାଲି ରଙ୍ଗର ଟାବ୍ଲେଟ୍‌ ଧରିଥିବା ବେଳେ ସୀତାରମଣଙ୍କ ନାଲି ରଙ୍ଗର ଶାଢ଼ି ଖୁବ୍‌ ଆକର୍ଷଣୀୟ ଥିଲା । ସେ ଏଭଳି ଲୁକ୍‌ରେ ପ୍ରଥମେ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି । ୨୦୧୯ ବଜେଟ ଉପସ୍ଥାପନ ବେଳେ ମଧ୍ୟ ସେ ଏଭଳି ଲୁକ୍‌ସରେ ନଜର ଆସିଥିଲେ । ସେତେବେଳେ ସେ ସିମ୍ପଲ ଗୋଲାପି ରଙ୍ଗର ମଙ୍ଗଲଗିରି ଶାଢ଼ି ପିନ୍ଧିଥିଲେ । ସେହିଭଳି ୨୦୨୦ ବଜେଟ ବେଳେ ମଧ୍ୟ ତାଙ୍କୁ ଏଭଳି ଗେଟ୍‌ଅପ୍‌ରେ ଦେଖାଯାଇଥିଲା । ସେତେବେଳେ ସେ ଲାଇଟ୍‌ ହଳଦିଆ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଥିଲେ । 

Live Updates: କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ

Nirmala Sitharaman Union Budget Budget Session Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ