Advertisment

Prayagraj Flight Ticket Price Surge: ମହାକୁମ୍ଭ ପାଇଁ ବିମାନ ଭଡ଼ା ଆକାଶ ଛୁଆଁ; ଚିନ୍ତାରେ ଯାତ୍ରୀ, ଜାଣନ୍ତୁ ଭୁବନେଶ୍ବରରୁ କେତେ ଅଛି ଦର...

ଆସନ୍ତା ୨୯ରେ ଅମୃତ ସ୍ନାନ ଥିବା ବେଳେ ପ୍ରୟାଗରାଜ ଯିବା ପାଇଁ ବିମାନ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଅଚାନକ ବିଭିନ୍ନ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀ ଭଡା ବହୁ ଗୁଣା ବଢ଼ାଇ ଦିଆଯାଇଛି ।

ଅଦ୍ୟତନ ହୋଇଛି
Prayagraj Flight Ticket Price Surge

Prayagraj Flight Ticket Price Surge

Advertisment

ପ୍ରୟାଗରାଜମହାକୁମ୍ଭ ପାଇଁ ବିମାନ ଭଡ଼ା ଅଚାନକ ଆକାଶ ଛୁଆଁ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୈଠକ । ଏୟାରଲାଇନ୍ସ ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ । ଆସନ୍ତା ୨୯ରେ ଅମୃତ ସ୍ନାନ ଥିବା ବେଳେ ପ୍ରୟାଗରାଜ ଯିବା ପାଇଁ ବିମାନ ଯାତ୍ରୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଅଚାନକ ବିଭିନ୍ନ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀ ଭଡା ବହୁ ଗୁଣା ବଢ଼ାଇ ଦିଆଯାଇଛି । 

Advertisment

ଚେନ୍ନାଇରୁ ପ୍ରୟାଗରାଜ ଟିକଟ ଦାମ ୫୩ ହଜାର ହୋଇଥିବା ବେଳେ ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀରୁ ୪୭ ହଜାର ୫ଶହ ଓ ବେଙ୍ଗଳୁରୁରୁ ପ୍ରୟାଗରାଜକୁ ବିମାନ ଭଡ଼ା ୫୧ ହଜାର ଟଙ୍କା ରଖିଛନ୍ତି ବିଭିନ୍ନ ଏୟାର ଲାଇନ୍ସ । ପ୍ରୟାଗରାଜକୁ ପ୍ରାୟ ସମସ୍ତ ଟିକଟ ବୁକ ହୋଇଯାଇଥିବା ବେଳେ ବଳକା ଥିବା ଟିକଟ ଦର ଆକାଶ ଛୁଆଁ ହୋଇଛି । ସେମିତି ଭୁବନେଶ୍ବରରୁ ପ୍ରୟାଗରାଜକୁ ବିମାନ ଭଡ଼ା ୪୧,୫୦୦ ଟଙ୍କା ରହିଛି। 

ଅଧିକ ପଢ଼ନ୍ତୁ: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍ ?

ବିମାନ ଯାତ୍ରୀଙ୍କ ଚାହିଦାକୁ ଦେଖି ଚଳିତ ମାସରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରୟାଗରାଜକୁ ୮୧ଟି ଅଧିକ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିଲେ DGCA। ଏବେ ଦିନକକୁ ପ୍ରୟାଗରାଜକୁ ୧୩୨ଟି ବିମାନ ଚଳାଚଳ କରୁଛି । ତଥାପି ଯାତ୍ରୀଙ୍କ ଚାହିଦା ଅଧିକ ଥିବାକୁ ଏୟାରଲାଇନ୍ସ କଂପାନି ମାନେ ଭଡ଼ା ଅହେତୁକ ଭାବେ ବଢ଼ାଇଛନ୍ତି । ଆସନ୍ତା ୨୯ରେ ଅମୃତ ସ୍ନାନ, ଫେବ୍ରୁଆରୀ ୩ରେ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ରେ ମାଘ ପୂର୍ଣ୍ଣିମା ଓ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀ ପଡ଼ୁଥିବାରୁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼ ବଢ଼ିବ । ଏଥିବା ପାଇଁ ବିମାନ ଭଡ଼ା ଅହେତୁକ ବୃଦ୍ଧି ହେଉଥିବା କୁହାଯାଉଛି । 

Advertisment

ହିନ୍ଦୁ ଧର୍ମର ଅନୁସାରେ ଏକ ମହାମେଳା ବା ମହାପର୍ବ ହେଉଛି ମହାକୁମ୍ଭ ମେଳା । ଏହା ଭାରତର ତ୍ରିବେଣୀ ସଙ୍ଗମ ଅର୍ଥାତ୍ ପବିତ୍ର ଗଙ୍ଗା ,ଯମୁନା ଏବଂ ପୁରାଣ ବର୍ଣ୍ଣିତ ସରସ୍ବତୀ ନଦୀର ମିଳନ ସ୍ଥଳିରେ ପ୍ରତି ୧୨ ବର୍ଷରେ ଥରେ ଏହି କୁମ୍ଭ ମେଳା ଆୟୋଜିତ ହୁଏ । ସନାତନ ଧର୍ମରେ ମହାକୁମ୍ଭ ମେଳାର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଧାର୍ମିକ ପର୍ବ ଚଳିତ ବର୍ଷ ୧୩ ଜାନୁଆରୀରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା । ମହାକୁମ୍ଭ ୪୫ ଦିନ ଧରି ଅର୍ଥାତ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ । 

ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ବେଶ ପରମ୍ପରା, ଦେଖନ୍ତୁ କାହାର ଚେହେରା କେମିତି

DGCA Flight Ticket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ