Advertisment

Cloudburst in Kishtwar: ଜମ୍ମୁ କାଶ୍ମୀରରେ ଫ୍ଲାସଫ୍ଲଡ୍ ପରେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର...

ଚାରି ଆଡ଼େ ଖାଲି ବିଭୀଷିକା ଆଉ ହାହାକାର । ଜମ୍ମୁ କାଶ୍ମୀରର କିସ୍ତୱାରରେ ଗତକାଲି ହଠାତ ବାଦଲଫଟା ବର୍ଷା ପରେ ମାଡ଼ି ଆସିଥିଲା ଫ୍ଲାସ୍ ଫ୍ଲଡ୍ ।

author-image
Sujit kumar Swain
cloudburst in Kishtwar

cloudburst in Kishtwar

ଜମ୍ମୁ କାଶ୍ମୀରରେ ଫ୍ଲାସଫ୍ଲଡ୍ ପରେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର । ଚାରି ଆଡ଼େ ଖାଲି ବିଭୀଷିକା ଆଉ ହାହାକାର । ଜମ୍ମୁ କାଶ୍ମୀରର କିସ୍ତୱାରରେ ଗତକାଲି ହଠାତ ବାଦଲଫଟା ବର୍ଷା ପରେ ମାଡ଼ି ଆସିଥିଲା ଫ୍ଲାସ୍ ଫ୍ଲଡ୍ । ଏଥିରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜୋରଦାର କରାଯାଇଛି । ମଚାଇଲ ମାତା ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଯାଉଥିବା ବେଳେ ହଠାତ ଫ୍ଲାସ ଫ୍ଲଡ୍ ମାଡ଼ି ଆସିଥିଲା । ଫଳରେ ତୀର୍ଥଯାତ୍ରୀ ମାନେ ପ୍ରକୃତିର ତାଣ୍ଡବ ଭିତରେ ଫସିଯାଇଥିଲେ ।

Advertisment

ତେବେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ସମୁଦ୍ରପତନଠାରୁ ୯ ହଜାର ୫ଶହ ଫୁଟ ଉପରେ ରହିଛି ମଚାଇଲ ମାତା ମନ୍ଦିର । ଏହି ମନ୍ଦିରରେ ବାର୍ଷିକ ଯାତ୍ରା ପାଇଁ ଯାଉଥିଲେ ଶତାଧିକ ଶ୍ରଦ୍ଧାଳୁ । ତେବେ ଫ୍ଲାସଫ୍ଲଡ ପରେ ଉଦ୍ଧାରକାରୀ ଟିମ ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ଉଦ୍ଧାର କରିଥିବା ୧୬୦ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବର୍ଷା ଓ ମାଟି ଧସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରେସ୍କ୍ୟୁ ଅପରେସନ ବେଳେ ଜଣେ CISF ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ ଜଣଙ୍କ ପତ୍ତା ମିଳୁନି । ସୁରକ୍ଷା ପାଇଁ ଏହି CISF ଯବାନଙ୍କୁ ସେଠାରେ ମୁତୟନ କରାଯାଇଥିଲା । ସେପଟେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ସହ ରେସ୍କ୍ୟୁ ଅପରେସନ ନେଇ କଥା ହୋଇଛନ୍ତି ପିଏମ ମୋଦି । ବର୍ତ୍ତମାନ ଘଟଣା ସ୍ଥଳରେ ଜୋରସୋରରେ ଚାଲିଛି ରେସ୍କ୍ୟୁ ଅପରେସନ । ସିଭିଲ ଡିଫେନ୍ସ, ସେନା, NDRF, SDRF ଟିମ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Jammu Kashmir
Advertisment
Advertisment