Advertisment

ଗାଧୋଇବା ବେଳେ ବିପକ୍ଷ ଗୋଷ୍ଠୀଙ୍କ ଆକ୍ରମଣ, ପାଣି ଭିତରୁ ବାହାରିଲା ୫ ମୃତଦେହ

ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
The identification of the deceased

The identification of the deceased

ଚରମ ସୀମାରେ ପହଞ୍ଚିଲା ପୂର୍ବ ଶତ୍ରୁତା। ପ୍ରତିଶୋଧ ନେବାକୁ ଯାଇ ୧୧ ଜଣଙ୍କ ଉପରକୁ ଅତର୍କିତ ହେଲା ଆକ୍ରମଣ। ପ୍ରାଣ ବିକଳରେ ସେମାନେ ପୋଖରୀ ଭିତରେ ପଶିଯାଇଥିଲେ ବି ଟେକା ମାଡ଼ ହେବାରୁ ଗଭୀର ପାଣିକୁ ଯାଇ ୫ ଜଣଙ୍କ ମୃତ୍ୟୁ ହେଇଛି। ଅନ୍ୟ କିଛି ଗୁରୁତର ହୋଇଛନ୍ତି। ଏଭଳି ଅମାନବୀୟ ଘଟଣା ଘଟିଛି ହରିଆଣାରେ। 

Advertisment

ସ୍ଥାନୀୟ ପୋଲିସ ଅଧକାରୀଙ୍କ କହିବାନୁସାରେ ଗତକାଲି ହରିଆଣାର ୧୧ ଜଣ ଯୁବକ କାର୍‌ରେ ଯମୁନା କେନାଲ ନିକଟକୁ ଆସିଥିଲେ। ଏହାପରେ ସେମାନେ କୂଳ ନିକଟରେ କେନାଲରେ ଗାଧୋଉଥିଲେ। ଏହାର ସୁଯୋଗ ନେଇ ସେମାନଙ୍କର ବିରୋଧୀ ଗୋଷ୍ଠୀର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ଏହାପରେ ଅତର୍କିତ ଭାବେ  କେନାଲରେ ଗାଧୋଉଥିବା ଯୁବକଙ୍କ ଉପରକୁ ସେମାନେ ଇଟା, ଟେକା ମାଡ଼ କରିଥିଲେ। ଫଳରେ ପ୍ରାଣ ବିକଳରେ ଗାଧୋଉଥିବା ଯୁବକମାନେ କୂଳକୁ ଆସି ନ ପାରି ପାଣି ଭିତରକୁ ଚାଲି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ପହଁରା ଜାଣି ନ ଥିବା ଜଣାପଡ଼ିଛି।

ସେମାନଙ୍କ ମଧ୍ୟରୁ ୬ ଜଣ ପହଁରି ଅନ୍ୟ କୂଳରେ ଲାଗିଥିଲେ। ଆଉ ୫ ଜଣ ବୁଡ଼ିଯିବାରୁ ପ୍ରାଣ ହାରାଇଛନ୍ତି । ଆକ୍ରମଣକାରୀମାନେ କେନାଲ କୂଳରେ ଛିଡ଼ା ହୋଇଥିବା କାର୍‌କୁ ମଧ୍ୟ ଚୁରମାର କରି ଦେଇଛନ୍ତି। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ କୂଳକୁ ଆସିଥିବା ଯୁବକମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।

Advertisment

ଏହାପରେ ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି କେନାଲରେ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ନିଖୋଜ ଯୁବକମାନଙ୍କ  ପତ୍ତା ମିଳିନି। ନିଖୋଜମାନଙ୍କ ବୟସ ୧୯ରୁ ୨୧ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।

୨୦୨୦ରୁ ଉଭୟ ପକ୍ଷ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ବିପକ୍ଷ ଗୋଷ୍ଠୀ ଏପରି ଆକ୍ରମଣ କରିଥିବା ଯମୁନାନଗର ଡିଏସ୍‌ପି ସୂଚନା ଦେଇଛନ୍ତି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି।

Drowning Rival Group
Advertisment
Advertisment