• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯାତ୍ରୀଙ୍କୁ ଅନେକ ସୁବିଧା ଯୋଗାଇ ଦେଇଥାଏ ଟ୍ରେନ୍‌ ଯାତ୍ରା । ଅଳ୍ପ ଖର୍ଚ୍ଚରେ ଟ୍ରେନ୍‌ରେ ଦୂର ଯାତ୍ରା କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି । କାରଣ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଥାଏ । ବର୍ତ୍ତମାନ ସମୟରେ ଟ୍ରେନ୍‌ ଯାତ୍ରାରେ ଅନେକ ପରିବର୍ତ୍ତନ ଆସିଲାଣି ।

ଭାରତ ସରକାର ଓ ରେଳ ବିଭାଗ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ସୃତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏପରିକି ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କରିଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତରେ କେବେ ଗଡ଼ିଥିଲା ପ୍ରଥମ ଟ୍ରେନ୍‌ ? ଜାଣନ୍ତୁ ରେଳ ସମ୍ବନ୍ଧୀୟ କିଛି ଅଜଣାକଥା

ହେଲେ ଭାରତୀୟ ରେଳ ଯାତ୍ରାକୁ ନେଇ ଆପଣ କ’ଣ କିଛି ଅଧିକ ତଥ୍ୟ ଜାଣିଛନ୍ତି କି ? ଯେପରିକି ଭାରତର ସବୁଠାରୁ ଲମ୍ବା ଟ୍ରେନ୍‌ର ନାଁ କ’ଣ ? ସେହି ଟ୍ରେନ୍‌ କେଉଁଠାରୁ କେଉଁଠିକୁ ଯାତ୍ରା କରିଥାଏ ? ଭାରତରେ ସବୁଠୁ ଦ୍ରୁତଗତିରେ ଯାତ୍ରା କରୁଥିବା ଟ୍ରେନ୍‌ର ନାଁ କ’ଣ ? ଏପରି କିଛି ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା...

ଭାରତରେ ସବୁଠୁ ଦୂର ଯାତ୍ରା କରୁଥିବା ଟ୍ରେନ୍‌

ଭାରତର ସବୁଠାରୁ ଅଧିକ ଦୂରତା ସ୍ଥାନ ଯାତ୍ରା କରୁଥିବା ଟ୍ରେନ୍‌ର ନାଁ ବିବେକ ଏକ୍ସପ୍ରେସ୍‌ । ଏହା ଡିବ୍ରୁଗଡରୁ କନ୍ୟାକୁମାରୀ ମଧ୍ୟରେ ଯାତ୍ରା କରୁଛି । ଏହି ଟ୍ରେନ୍ ପ୍ରାୟ ୮୨ ଘଣ୍ଟା ୩୦ ମିନିଟର ଯାତ୍ରା କରିଥାଏ । ୪,୨୮୬ କିଲୋମିଟର ଯାତ୍ରା କରିବା ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥାଏ । ଏହି ଟ୍ରେନ୍ ଯାତ୍ରା ସମୟରେ ୫୭ଟି ଷ୍ଟେସନରେ ଅଟକି ରହିଥାଏ ।

ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌

ଭାରତରେ ସବୁଠୁ ଦ୍ରୁତଗତିରେ ଯାତ୍ରା କରିଥାଏ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଏହି ଟ୍ରେନ୍‌ର ଗତି ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିଛି । କିନ୍ତୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍‌ ୧୩୦ କିମିରେ ଯାତ୍ରା କରୁଛି । ବନ୍ଦେ ଭାରତ ଏକ୍ସପ୍ରେସ୍‌ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିମି ବେଗରେ ଯାତ୍ରା କରୁଥିବା କୁହାଯାଇଛି ।