• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗତ ଶନିବାର ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ପୁଞ୍ଚରେ ଏକ ଭାରତୀୟ ବାୟୁସେନାର କାଫିଲା ଉପରେ ଆକ୍ରମଣ କରିଥିଲେ । ଏଥିରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବାବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଏହି ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଖୋଜୁଛି ଭାରତୀୟ ସେନା। ତେବେ ଏହାରି ମଧ୍ୟରେ ୩ ଜଣ ଆତଙ୍କବାଦୀଙ୍କ ନାଁ ସାମ୍ନାକୁ ଆସିଛି ଯାହାଙ୍କୁ ଭାରତୀୟ ସେନା ଖୋଜୁଛି । ଏହି ୩ ଆତଙ୍କୀ ମଧ୍ୟରୁ ଜଣେ ପାକିସ୍ତାନ ସେନାର ପୂର୍ବତନ କମାଣ୍ଡୋ ଓ ଜଣେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୈବାର କମାଣ୍ଡର ଥିବା ଜଣାପଡ଼ିଛି ।

ପୁଞ୍ଚ ଆତଙ୍କବାଦୀ ଆକ୍ରମଣର ପଛରେ ଥିବା ମୁଖ୍ୟଙ୍କୁ ଖୋଜିବା ପାଇଁ ଜୋରାଦର ସର୍ଚ୍ଚ ଅପରେସନ୍‌ ଜାରି ରଖିଛି ଭାରତୀୟ ସେନା । ତଦନ୍ତ ପରେ ଏହି ଆକ୍ରମଣ ପଛରେ ଥିବା ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ନାଁ ଓ ଫଟୋ ଜାରି କରିଛି ଭାରତୀୟ ସେନା । ତେବେ ଏହି ତିନି ଜଣ ହେଉଛନ୍ତି ପୂର୍ବତନ ପାକ୍ ଆର୍ମି କମାଣ୍ଡୋ ଇଲିଆସ୍। ଯାହାର କୋଡ୍ ନାମ ଫୈଜି । ଲସ୍କର କମାଣ୍ଡର ଅବୁ ହମଜା ଏବଂ ହଦୁନ୍।

କୁହାଯାଉଛି ଯେ ଏହି ତିନିଜଣ ଜୈଶ କମାଣ୍ଡରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। ଏହି ତିନି ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଜୈରୀ ଓ ପୁଞ୍ଚ ଅଞ୍ଚଳରେ ଏବେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

ସୂଚନା ଅନୁସାରେ ମେ’ ୪ରେ ବାୟୁସେନାର କାଫିଲା ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ବାୟୁସେନା ଦୁଇଟି ଟ୍ରକ୍‌ ବେସ୍‌କୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ଦୁଇଟି ଟ୍ରକ୍‌ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ଜଣେ ଜବାନ ସହିଦ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ ।

ତେବେ ଏହି ଘଟଣା ପରେ ଘଟଣାସ୍ଥଳକୁ ଅଧିକ ସୈନ ମୁତୟନ ହୋଇଥିଲେ । ଆତଙ୍କବାଦୀଙ୍କୁ ଧରିବା ପାଇଁ ନିକଟସ୍ଥ ଜଙ୍ଗଲରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ହୋଇଥିଲା । କିନ୍ତୁ ଆତଙ୍କବାଦୀର ପତ୍ତା ମିଳିପାରିନଥିଲା । ତେବେ ଏହି ଘଟଣା ପରେ ପୁଞ୍ଚ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରା ଦେଖିବା ପରେ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଚେହେରା ସାମ୍ନାକୁ ଆସିଥିଲା ।