/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702113397.jpg)
Ram Mandira
ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଜୋରସୋରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ। ତେବେ ଏହାରି ମଧ୍ୟ ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ରାମମନ୍ଦିର ଗର୍ଭଗୃହ ଫଟୋ । ସୋସିଆଲ ମିଡିଆ ‘ଏକ୍ସ’ରେ ଗର୍ଭଗୃହର ୨ଟି ଫଟୋ ଜାରି କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ।
प्रभु श्री रामलला का गर्भ गृह स्थान लगभग तैयार है। हाल ही में लाइटिंग-फिटिंग का कार्य भी पूर्ण कर लिया गया है। आपके साथ कुछ छायाचित्र साझा कर रहा हूँ। pic.twitter.com/yX56Z2uCyx
— Champat Rai (@ChampatRaiVHP) December 9, 2023
ସନାତନ ସଂସ୍କୃତି, ହିନ୍ଦୁ ଉପସାନା ପଦ୍ଧତି । ସେଇ ଆଧାରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବିଧି । ବିଶ୍ୱର କୋଣ ଅନୁକୋଣରୁ ନିମନ୍ତ୍ରିତ ହୋଇ ଅଯୋଧ୍ୟ ଆସିବେ ୪ ହଜାର ସାଧୁସନ୍ଥଙ୍କ ସହ ୭ ହଜାର ଅତିଥି। ରାଜନୀତି, ଶିଳ୍ପ, କ୍ରୀଡ଼ା, ସିନେମା ଓ ପଦ୍ମ ପୁରସ୍କାରରେ ସମ୍ମାନିତ ପ୍ରତିଷ୍ଠିତ ବ୍ୟକ୍ତି ବି ସାମିଲ ହେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)