Advertisment

ଏଇଠି ବସିବେ ରାମଲାଲା, ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ

ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ରାମମନ୍ଦିର ଗର୍ଭଗୃହ ଫଟୋ । ସୋସିଆଲ ମିଡିଆ ‘ଏକ୍ସ’ରେ ଗର୍ଭଗୃହର ୨ଟି ଫଟୋ ଜାରି କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ram Mandira

Ram Mandira

ଆସନ୍ତା ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଜୋରସୋରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ। ତେବେ ଏହାରି ମଧ୍ୟ ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ରାମମନ୍ଦିର ଗର୍ଭଗୃହ ଫଟୋ । ସୋସିଆଲ ମିଡିଆ ‘ଏକ୍ସ’ରେ ଗର୍ଭଗୃହର ୨ଟି ଫଟୋ ଜାରି କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ।

Advertisment

ସନାତନ ସଂସ୍କୃତି, ହିନ୍ଦୁ ଉପସାନା ପଦ୍ଧତି । ସେଇ ଆଧାରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବିଧି । ବିଶ୍ୱର କୋଣ ଅନୁକୋଣରୁ ନିମନ୍ତ୍ରିତ ହୋଇ ଅଯୋଧ୍ୟ ଆସିବେ ୪ ହଜାର ସାଧୁସନ୍ଥଙ୍କ ସହ ୭ ହଜାର ଅତିଥି। ରାଜନୀତି, ଶିଳ୍ପ, କ୍ରୀଡ଼ା, ସିନେମା ଓ ପଦ୍ମ ପୁରସ୍କାରରେ ସମ୍ମାନିତ ପ୍ରତିଷ୍ଠିତ ବ୍ୟକ୍ତି ବି ସାମିଲ ହେବେ।

Advertisment
India News Ayodhya Ram Mandir Ayodhya
Advertisment
Advertisment