Advertisment

ନା ସିକ୍ୟୁରିଟି... ନା ଥିଲା କାରକେଡ୍‌... ମୁଣ୍ଡରେ ଓଢ଼ଣୀ ଟାଣି ହସ୍ପିଟାଲରେ ପହଞ୍ଚିଲେ SDM

ଫିରୋଜାବାଦ ସଦର SDM କୃତି ରାଜ ମାର୍ଚ୍ଚ ୧୨ରେ ଗୋପନୀୟ ଭାବେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସେ ତାଙ୍କ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖି ଏକ ରୋଗୀ ବେଶରେ ଆସିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Firozabad Government Hospital Surprise Inspection

SDM Kriti Raj

ରୋଗୀ ବେଶରେ ଆସିଲେ ମହିଳା SDM। ଆଉ ଅଚନାକ ସ୍ୱାସ୍ଥ୍ୟ କେନ୍ଦ୍ରର କଲେ ଯାଞ୍ଚ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଫିରୋଜାବାଦରେ। ୟୁପିର ଫିରୋଜାବାଦରେ ଅବସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ SDM କ୍ରମାଗତ ଭାବରେ ଅଭିଯୋଗ ଗ୍ରହଣ କରୁଥିଲେ। ଅଭିଯୋଗ ପରେ SDM କୃତି ରାଜ୍‌ ରୋଗୀ ବେଶରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସାଧାରଣ ରୋଗୀଙ୍କ ପରି ସେ ମଧ୍ୟ ପ୍ରେସକ୍ରିପସନ୍ ପ୍ରସ୍ତୁତ କରିବାକୁ ଧାଡିରେ ଠିଆ ହୋଇଥିଲେ ଏବଂ ଡାକ୍ତରଙ୍କୁ ଦେଖିବା ପାଇଁ ମଧ୍ୟ ଧାଡିରେ ଠିଆ ହୋଇଥିଲେ। ପ୍ରଥମେ ତ ତାଙ୍କୁ କେହି ଚିହ୍ନିପାରିନଥିଲେ। କିନ୍ତୁ ଯେତେବେଳେ ଜାଣିଲେ ସେ ପ୍ରକୃତରେ ରୋଗୀ ନୁହଁନ୍ତି ବରଂ SDM। ସେତେବେଳେ ସେଠାରେ ଉପସ୍ଥିତ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ସୂଚନା ଅନୁସାରେ ଫିରୋଜାବାଦ ସଦର SDM କୃତି ରାଜ ମାର୍ଚ୍ଚ ୧୨ରେ ଗୋପନୀୟ ଭାବେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ। ସେ ତାଙ୍କ କାରକୁ ଡାକ୍ତରଖାନଠାରୁ ବହୁ ଦୂରରେ ରଖି ଏକ ରୋଗୀ ବେଶରେ ଆସିଥିଲେ। ତାଙ୍କୁ ଯେମିତି କେହି ଚିହ୍ନି ନ ପାରିବେ ସେ ମୁଣ୍ଡରେ ଓଢ଼ଣୀ ଟାଣି ଲାଇନରେ ଛିଡ଼ା ହୋଇଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ତାଙ୍କଠୁ ଉଚିତ ବ୍ୟବହାର ପାଇ ପାରି ନ ଥିଲେ। ଏହାପରେ ରେଜିଷ୍ଟର ଯାଞ୍ଚ କରିବାରୁ ବହୁ କର୍ମଚାରୀଙ୍କ ଦସ୍ତଖତ ଥିବା ବେଳେ ସେମାନେ କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ନଥିଲେ।

କେବଳ ଏତିକି ନୁହେଁ ମେଡିସିନ ଷ୍ଟକ୍‌ ଚେକ୍‌ କରିବାରୁ ବହୁ ଷ୍ଟକ୍‌ ଏକ୍ସପାରୀ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ବେଡସିଟ୍‌, ଶୌଚାଳୟ ଅବସ୍ଥା ନ କହିବା ଭଲ। ହସ୍ପିଟାଲରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ଠିକ୍‌ ଭାବେ ଇଞ୍ଜେକସନ୍‌ ଦିଆଯାଉ ନ ଥିବା ବି ଦେଖିବାକୁ ମିଳିଥିଲା। ମୁଣ୍ଡରେ ଓଢ଼ଣୀ ଟାଣି ରୋଗୀଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଲେ କୃତି ରାଜ । ତେବେ ଏହା ମଧ୍ୟରେ ଯେତେବେଳେ ଜାଣିଲେ ଯେ ସେ ପ୍ରକୃତରେ ରୋଗୀ ନୁହଁନ୍ତି ବରଂ ସେ SDM, ସେତେବେଳେ ସମସ୍ତ କର୍ମଚାରୀ ଛାନିଆ ହୋଇଯାଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖି ଅବେହଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି SDM କୃତି ରାଜ ଚେତାବନୀ ଦେଇଛନ୍ତି।

Advertisment
Sdm Inspection
Advertisment
Advertisment