Advertisment

ବିବାହ ଶୋଭାଯାତ୍ରା ପହଞ୍ଚୁ ପହଞ୍ଚୁ ବାଣ ବଦଳରେ ଫୁଟିଲା ଗୁଳି...

ବାଜା ରୋଷଣୀ ଧରି ବର ଆସୁଥାଏ। ଆଉ କିଛି ସମୟ ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ ଶୋଭାଯାତ୍ରା। ଠିକ୍ ଏତିକି ବେଳେ ଶୁଭିଲା ଗୁଳିଶବ୍ଦ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Firing In Marriage Procession

Firing In Marriage Procession

ଆଜିକାଲି ବିବାହ ଶୋଭାଯାତ୍ରାକୁ ରଙ୍ଗିଲା କରିବା କିଛି ନୂଆ କଥା ନୁହେଁ। କିଏ କେତେ ଜାକଜମକରେ ବିବାହ ଶୋଭାଯାତ୍ରା ଆୟୋଜନ କରିବ ତାକୁ ନେଇ ଚାଲିଛି ପ୍ରତିଯୋଗିତା। ତେବେ ଏମିତି ଶୋଭାଯାତ୍ରା ଦଳେ ବରଯାତ୍ରୀଙ୍କୁ ବେଶ୍ ମହଙ୍ଗା ପଡ଼ିଛି। 

Advertisment

ଉତ୍ତରପ୍ରଦେଶ ପ୍ରୟାଗରାଜର ଘଟଣା। ବାଜା ରୋଷଣୀ ଧରି ବର ଆସୁଥାଏ। ଆଉ କିଛି ସମୟ ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ ଶୋଭାଯାତ୍ରା। ଠିକ୍ ଏତିକି ବେଳେ ଶୁଭିଲା ଗୁଳିଶବ୍ଦ। ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୪/୫ ରାଉଣ୍ଡ ଗୁଳି। ଅବଶ୍ୟ ଗୁଳି ଗୁଡ଼ିକ ଆକାଶକୁ ଫୁଟୁଥାଏ।

ଅଧିକ ପଢ଼ନ୍ତୁ: ବେଦୀ ଉପରେ ବସିଥିବା କନ୍ୟାକୁ ଗୁଳି ମାରିଲା ପ୍ରେମିକ

ବରଯାତ୍ରୀ ଛାନିଆଁ ହୋଇ ଘଟଣା କ’ଣ ଜାଣିବାକୁ ଚେଷ୍ଟା କରିବା ପରେ ଜଣାଗଲା ଯେ, ବରର ରଙ୍ଗିଲା ସ୍ୱାଗତ ପାଇଁ ବରର କିଛି ସାଙ୍ଗ ଏଭଳି କାଣ୍ଡ ଭିଆଇଛନ୍ତି। ତେବେ ଏମିତି ଘଟଣା ଦେଖି ସେଠାରେ ଫଟୋ ଉଠାଉଥିବା ରାଜେଶ ଏହାର ଘୋର ବିରୋଧ କରିଥିଲେ। 

Advertisment

ତେବେ ବର ସାଙ୍ଗମାନେ ନଛୋଡ଼ବନ୍ଧା ହୋଇ କାହା କଥାକୁ ଖାତିର ନକରି ପୁଣି ହଙ୍ଗାମା କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହା ପରେ ସଂପୃକ୍ତ ଫଟୋଗ୍ରାଫର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। 

ଗୁଳିଫୁଟା ଭିଡିଓ ଭାଇରାଲ ହେବା ପରେ ବର ଓ ତାଙ୍କ ସାଙ୍ଗ ମାନେ ଫେରାର ହୋଇଯାଇଛନ୍ତି। ଯେଉଁ ପିସ୍ତଲରୁ ଗୁଳି ଫୁଟିଛି, ତାହା ଏକ ଲାଇସେନ୍ସପ୍ରାପ୍ତ ପିସ୍ତଲ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଗିରଫ ପରେ ସଂପୃକ୍ତ ପିସ୍ତଲର ଲାଇସେନ୍ସ ବାତିଲ୍ କରାଯିବ ବୋଲି ପୋଲିସ କହିଛି।

Marriage Firing
Advertisment
Advertisment